ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ

ଛତ୍ରପୁର, (ୱାଇଏନଏସ): ଅବସରରେ ଏକ ସାଇକଲଥନ କାର୍ଯ୍ୟକ୍ରମ ଏକତା ପାଇଁ ଦୌଡ଼, ଫିଟ୍ ଇଣ୍ଡିଆ ଓ ୟୁନାଇଟେଡ ଇଣ୍ଡିଆ ଥିମରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଏହି ସାଇକଲଥନରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ସହିତ ଖେଳାଳି ବୃନ୍ଦ ସକ୍ରିୟ ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମଟି ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ କଲେକ୍ଟର କାର୍ଯ୍ୟାଳୟ, ତଳ ବସଷ୍ଟାଣ୍ଡ, ରିକାପଲ୍ଲୀ, ବଜାର ରୋଡ, ଉପର ବସଷ୍ଟାଣ୍ଡ ମାର୍ଗ ଦେଇ ପୁନଃ ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ୍ ଠାରେ ସମାପ୍ତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ