ଶିରିଡି ସାଇବାବାଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆ ଚଣ୍ଡିବଜାରସ୍ଥିତ ଶ୍ରୀ ଶ୍ରୀ ଶିରିଡ଼ି ସାଇବାବା ଜନକଲ୍ୟାଣ ଟ୍ରଷ୍ଟ ଆନୁକୂଲ୍ୟରେ ତଥା ସାଇପ୍ରେମୀ ଭକ୍ତଙ୍କ ସହଯୋଗରେ ମନ୍ଦିର ପରିସରରେ “ଦଧିନଉତି ରତ୍ନମୁଦ ଉତ୍ସବ’ ବହୁ ଆଡ଼ମ୍ବରରେ ସମ୍ପନ୍ନ ହୋଇଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରାତଃ ଆଳତି, ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିସହିତ ଦଧିନଉତି ସ୍ଥାପନ ଓ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ମେଳକ ସାହି, ଜହ୍ନିମୂଳ, କର୍ପୋଦା, ପାଟଣା, ଠେଙ୍ଗସାହି, ବଣହରା, ପଟକୁରା, ଭାଗବତପୁର, ପୋଇଲୋ, କାଦୁଆ, ପରବାରି ଏବଂ ବାଘିଲୋ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇ ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଆସନ୍ତା ଶୁକ୍ରବାର ପୂର୍ବାହ୍ନରେ ସାଇବାବାଙ୍କ ଭବ୍ୟ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରଷ୍ଟର ସଭାପତି ଧରଣୀଧର ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ୱ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଦସ୍ୟ ନିରଞ୍ଜନ ବାରିକ, ଶରତ ଚନ୍ଦ୍ର ପଣ୍ଡା, ହୃଦାନନ୍ଦ ଲେଙ୍କା, ମହେନ୍ଦ୍ର ସ୍ୱାଇଁ, ମଞ୍ଜୁଷା ମହାନ୍ତି, ପ୍ରେମାନନ୍ଦ ଆଚାର୍ଯ୍ୟ, ନିରଞ୍ଜନ ଆଚାର୍ଯ୍ୟ, ମାନସ ଦାସ, ଚିତ୍ତରଞ୍ଜନ ନାୟକ, ହରିହର ଜେନା, ପ୍ରଦୀପ ବାରିକ, କହ୍ନେଇ ମଲ୍ଲ, ପ୍ରମୋଦ କୁମାର ମଲ୍ଲ, ପୀତାମ୍ବର ସ୍ୱାଇଁ, ଖଗେଶ୍ୱର ଜେନା, ପ୍ରଶାନ୍ତ କୁମାର ଓଝାଙ୍କ ସମେତ ଚଣ୍ଡିବଜାରର ସମସ୍ତ ବ୍ୟବସାୟୀ ବୃନ୍ଦ ଉପସ୍ଥିତ ରହି ଉତ୍ସବକୁ ସଫଳତାର ସହ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ