ଆଦିବାସୀ ସମାଜର ବୈଠକ ଅନୁଷ୍ଠିତ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ଆଦିବାସୀ ସମାଜ ତରଫରୁ ଜଗଦଳପୁର ପଞ୍ଚାୟତ ନିକଟସ୍ଥ ବଂଗନା ଗ୍ରାମରେ ଆଦିବାସୀ ସମାଜର ବୈଠକ ଓ ମହାନ ଆଦିବାସୀ ନେତା, ସ୍ଵାଧୀନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ୮୩ତମ ସହିଦ ଦିବସ ପାଳନ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ସମାଜର ବ୍ଲକ ସଭାପତି ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ସେନା କର୍ମଚାରୀ ହରି ଉଲ୍ଲାକା, ସମ୍ମାନିତ ଅତିଥିଭାବେ ସାଧାରଣ ସମ୍ପାଦକ ତ୍ରିପତି କିଲାକା,କୋଷାଧ୍ୟକ୍ଷ ଅନନ୍ତ ନୁଣ୍ଡ୍ରୁକା,ଜଗା ଶବର,ଉପେନ୍ଦ୍ର ସିକାକା,ବେଣୁଧର ଗାଡେକା,ହର ଶିକକା,ଚକ୍ରଧର କାଡ୍ରାକା,ରଘୂପତି କାଡ୍ରାକା,ସୁବାସ ପ୍ରାସ୍କା ପ୍ରମୁଖ ଉପସ୍ଥିତ ରହି ସହିଦ ଲକ୍ଷଣ ନାୟକଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ ଏବଂ ସ୍ମୃତି ଚାରଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ମାସିକ ବୈଠକରେ ସମାଜର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଶେଷତ ଗୋଟେ ଜାତି ଗୋଟେ ନୀତିରେ ଚାଲିବା, ମୃତ୍ୟୁ ଶୁଦ୍ଧି କ୍ରିୟାରେ ମଦ ବ୍ୟବହାର ନିଷିଦ୍ଧ କରିବା,ଗ୍ରାମ ଓ ପଞ୍ଚାୟତ କମିଟି ଗଠନ, ଯୌତୁକ ପ୍ରଥା ଆଦି ସହ ସମାଜ କିପରି ଆହୁରି ସଦୃଡ଼ ହେବ ସେନେଇ ସମାଜର ସଦସ୍ୟ ମାନେ ନିଜ ନିଜର ସୁଵିଚାର ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ବିଭିନ୍ନ ବିଷୟ ସମ୍ପର୍କରେ ଆଲୋଚନା କରିଥିଲା। ଉକ୍ତ କାର୍ଯ୍ୟକ୍ରମକୁ ରାଜୀବ ପୁଶିକା,ପୁରୁଷୋତ୍ତମ ବିଦ୍ରିକା,ଜଗନ୍ନାଥ ସିକାକା,ବିଶ୍ଵନାଥ ସିକକାଙ୍କ ସହ ବଙ୍ଗନା ଗ୍ରାମର ଆଦିବାସୀ ଯୁବ ସମାଜର ସାଥୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ। ଶେଷରେ ରାମ ପୁସିକା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


