ଉତ୍କଳ ଦିବସ ପାଳିତରେ କବିତା ପାଠତ୍ସବ ଅନୁଷ୍ଠିତ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସ କ୍ଳବ,ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘର ମିଳିତରେ ଉତ୍କଳ ଦିବସ ବା ଓଡିଶା ଦିବସ ପାଳିତ ହୋଇଯାଇଛି। ମୁନିଗୁଡା ସାହିତ୍ୟ ସଂସଦ ସଭାପତି ହୃଷିକେଶ ଜାଲିଙ୍କ ସଭାପତିତ୍ୱ ଓ ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ପି.ସୁଧାକର ପାତ୍ର,ମୁଖ୍ୟବକ୍ତା ଭାବେ ପ୍ରେସ କ୍ଳବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ,ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଅତିଥି ମାନେ ଆଜିର କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ 1936 ମସିହା ଏପ୍ରିଲ 1 ତାତିଖରେ ଓଡ଼ିଶା ଭାଷାଭିତ୍ତିରେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ପାଇଥିଲା। ଏହା ପୂର୍ବରୁ ଓଡ଼ିଶା ବିହାର ଓ ବେଙ୍ଗଲ ସହିତ ମିଶିକି ରହିଥିଲା ଏହି ଦିନଟି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଆମ ଆତ୍ମସମ୍ମାନ, ସଂସ୍କୃତି ଏବଂ ଇତିହାସର ସମ୍ମାନର ଦିନ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ଉତ୍କଳ ଦିବସ ଓ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ କବି ପ୍ରଶାନ୍ତ ସାହୁଙ୍କ ପିତା ସ୍ବର୍ଗତ ମକରଧ୍ୱଜ ସାହୁକାରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହି ଅବସରରେ କୁନି କଳାକାର ରିପ୍ସିତା ପାତ୍ରଙ୍କ ସୁନ୍ଦର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବୟିତ୍ରୀ ନନ୍ଦିନୀ ଦାସ,ସୁଶୀଳା ସରାଫ, କବି ଅକ୍ଷୟ କୁମାର ମଲ୍ଲିକ,ଉତ୍ତମ କୁମାର ଦାସ, ସୁବାଷ ଖୁରା,ପ୍ରମୋଦ ଦାସ,କାଳିନ୍ଦୀ ନାୟକ, ଦୋଳ ଗୋବିନ୍ଦ ନାୟକ, ଗଣେଶ ସେଠୀ,ସାମ୍ବାଦିକ କ୍ଷମାସାଗର ଦାସ,ପ୍ରସାଦ ସାହୁକାର,ଧନୁ କୁସୁଲିଆ, ଭି.ପ୍ରବୀଣ କୁମାର, ନରତ୍ତମ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ କବୟିତ୍ରୀ,କବି ମାନେ ଉପସ୍ଥିତ ରହିଥିଲେ। ଶେଷରେ ଉତ୍କଳ ଦିବସ ଉପଲକ୍ଷେ କବୟିତ୍ରୀ,କବି ମାନେ ନିଜ ନିଜର ସୁରଚିତ କବିତା ପଠନ କରିଥିଲେ।


