ଚନ୍ଦନ ପଣ୍ଡା ହେଲେ ଜିଲ୍ଲା ଯୁବମୋର୍ଚ୍ଚାର ସଂଯୋଜକ

ହାଟଡିହି  (ଓ୍ବାଇଏନଏସ) : ଛାତ୍ର ଜୀବନରୁ ସାହିତ୍ଯ ସାମ୍ବାଦିକତା ଓ ସମାଜସେବାର ତ୍ରିବେଣୀ ସଙ୍ଗମରେ ବାଟ ଚାଲୁଥିବା ଯୁବ ପ୍ରତିଭା ଏକାଧାରରେ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଓ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରାପକ ସାମାଜିକ କର୍ମୀ ତଥା ବିଦ୍ୟାର୍ଥୀ ପରିଷଦ, ହିନ୍ଦୁ ପରିଷଦ ଏବଂ ସ୍ୱଂୟସେବକ ସଂଘର ସମର୍ପିତ କାର୍ଯ୍ଯକର୍ତ୍ତା ଇଞ୍ଚୋଳ ଗ୍ରାମର ଚନ୍ଦନ ପଣ୍ଡାଙ୍କୁ ଭାରତୀୟ ଜନତା ଯୁବମୋର୍ଚ୍ଚା କେନ୍ଦୁଝର ର ଜିଲ୍ଳା ସାମାଜିକ ସଂଗଠନର ସଂଯୋଜକ ଭାବେ ନୂତନ ଦାୟିତ୍ବ ମିଳିଛି । ଏକ ସାଧାରଣ ଓ ଅଣରାଜନୈତିକ ପରିବାରରୁ ଆସିଥିବା ଚନ୍ଦନ ନିଜର ସାମାଜିକ ଜୀବନ ୨୦୧୧ରୁ  ମହାବିଦ୍ୟାଳୟରେ ଅଧ୍ୟୟନ ସମୟରୁ ଆରମ୍ଭ କରିଥିଲେ । ପରେ ୨୦୧୫ ରୁ ଜନସାଧାରଣ ଓ ସାଥିମାନଙ୍କୁ ଏକତ୍ରୀତ କରି ସାମାଜିକ ସଂଗଠନ ଜରିଆରେ ପ୍ରକୃତି ,ପରିବେଶର ସୁରକ୍ଷା ସାହିତ୍ଯ,ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ସହ ଗୋ-ସେବା ,ରକ୍ତଦାନ ଶିବିର ସହ ପଥପ୍ରାନ୍ତ ବନୀକରଣ  ଏବଂ ଓଡିଆ ଭାଷାର ବହୁଳ ବ୍ୟବହାର ଓ ବିଭିନ୍ନ କବିତା, ସ୍ତମ୍ବ ଲେଖିବା ସହ ବିଭିନ୍ନ ସମାଜ ସଂସ୍କାର ଉପଯୋଗୀ କାର୍ଯ୍ୟକ୍ରମମାନ ଆୟୋଜନ କରି ଅଜସ୍ର ଶ୍ରଦ୍ଧା ଓ ସମ୍ମାନ ଲାଭ କରିଛନ୍ତି ।ସଂପ୍ରତି ସେ ପତ୍ରକାରିତା ସହ ବିବିଧ ସାମାଜିକ କାର୍ଯ୍ୟକ୍ରମ ଏବଂ କଳା ବିଭୂଷଣ ଗବେଷଣାରେ ମନୋନିବେଶ କରିଛନ୍ତି । ଏହି ଦାୟିତ୍ବ ପାଇବା ପରେ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ବାର୍ତ୍ତା ସହ ଖୁସିର ଲହରୀ ଖେଳିଯାଇଛି । ଜିଲ୍ଲା ଯୁବମୋର୍ଚ୍ଚା ସାମାଜିକ ସଂଗଠନର ସଂଯୋଜକ ଭଳି ଗୁରୁଦାୟିତ୍ବ ମିଳିଥିବାରୁ ସେ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ସୁକଦେବ ମହାନ୍ତ ଏବଂ ଜିଲ୍ଲାର ଯୁବମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ରୁଦ୍ର ପ୍ରସାଦ ବେହେରାଙ୍କ ନିକଟରେ ସାଧୁବାଦ ଜ୍ଞାପନ ସହ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ