ଉତ୍କଳ ଦିବସରେ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ
ନାଉଗାଁ,(ଓ୍ବାଇଏନଏସ): ପବିତ୍ର ଉତ୍କଳ ଦିବସ ଅବସରରେ ନାଉଗାଁ ବ୍ଳକର ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ବୁଧବାର ମାଲ୍ୟାର୍ପଣ କରାଯାଇଛି। ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢି ତୋଳିବା ସହିତ ଓଡିଶାର ସର୍ବାଙ୍ଗୀନ ଉନ୍ନତି ସାଧନରେ ଓଡିଶାର ବରପୁତ୍ରମାନଙ୍କର ଭୂମିକା ଅତୁଳନୀୟ ଥିଲା। ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତି, ଅବସରପ୍ରାପ୍ତ ପ୍ରଧ୍ୟାପକ ସରୋଜ କୁମାର ନାୟକ, ସମାଜସେବୀ ପ୍ରଭୁଚରଣ ଦାସ, ଶିକ୍ଷକ ହିମାଂଶୁ କୁମାର ମହାନ୍ତି, ତ୍ରିଲୋଚନ ପାଢୀ, ସହଦେବ ସେଠୀ, ମନୋଜ କୁମାର ନାୟକ, ପ୍ରଦୋଶ ମହାନ୍ତି ପ୍ରମୁଖ ଯୋଗ ଦେଇ ନାଉଗାଁ ବଜାରରେ ଥିବା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ତ୍ୟାଗ ପୂତ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ସେହିପରି ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲା।


