ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ଵତନ୍ତ୍ର ଶିବିର
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଅଧିଗ୍ରହଣ ଗ୍ରାମ ଗୋବର୍ଦ୍ଧନ ଏକ ସ୍ୱତନ୍ତ୍ର ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଷୀକେଶ ଜାଲିଙ୍କ ପୌରୋହିତ୍ୟରେ ଶିବିର ସଂଯୋଜକ ଅଧିକାରୀ ଅଧ୍ୟାପକ ବିଶ୍ୱନାଥ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ଅତିଥି ଭାବେ ସ୍ତମ୍ଭକାର ମନୋରଞ୍ଜନ ଦଳାଇ ଯୋଗଦାନ କରି ଦେଶ ମାତୃକାର ସେବା କରିବା ସହ ଉପଯୁକ୍ତ ମଣିଷ ହେବା ନିମନ୍ତେ ବିଦ୍ୟାର୍ଥୀ ସ୍ବେଛାସେବୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ନିଶା ନିବାରଣ,ସ୍ୱଚ୍ଛତା,ବାଲ୍ୟବିବାହ ନ କରିବା, ଶିକ୍ଷା ନିମନ୍ତେ ସଚେତନତା,ପରିବେଶ ସୁରକ୍ଷା, ଜଙ୍ଗଲକୁ ନିଆଁରୁ ରକ୍ଷା କରିବା, ସଡ଼କ ସୁରକ୍ଷା ଉପରେ ନିର୍ଣ୍ଣୟ ନେବା ସହ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଗୁଣାତ୍ମକ ବିକାଶ ନିମନ୍ତେ କିପରି ନିରନ୍ତର କାର୍ଯ୍ୟ ସମ୍ପାଦନ କରିଥିଲେ ତାହା କାର୍ଯ୍ୟକ୍ରମରେ ବର୍ଣ୍ଣନା କରିବା ସହ ଭବିଷ୍ୟତ ଯୋଜନା ଉପରେ ସୂଚନା ପ୍ରଦାନ କରିଥିଲେ। ଏଥିରେ ପୂର୍ବତନ ସେବା ଯୋଜନା ଅଧିକାରୀ ତଥା ଅଧ୍ୟାପକ ରମାକାନ୍ତ ଚିଂଛୁଆଣି,ଅସିତ କୁମାର ମହାନ୍ତି,ଗୋଲୋକ ଚନ୍ଦ୍ର ସ୍ବାଇଁ, ରଘୁନାଥ ରେଡ୍ଡୀ,ଋତୁ କାଟି,ପ୍ରମିତା ଗୌଡ଼, ରାମଚନ୍ଦ୍ର ପାଢ଼ୀ,ସଞ୍ଜୟ ପ୍ରଧାନ,ଅନନ୍ତ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା ହୋଇପାରିଛି। ପଚିଶ ଜଣ ଛାତ୍ର ଓ ପଚିଶ ଜଣ ଛାତ୍ରୀ ମାନଙ୍କୁ ନେଇ ଏହି ସ୍ୱତନ୍ତ୍ର ସେବା ଶିବିର ସାତ ଦିନ ଧରି ଆୟୋଜନ ହୋଇଛି। ଏହି ଶିବିରର ସମସ୍ତ ଅଧ୍ୟାୟୀ ତଥା ସେବକ ଓ ସେବିକା ଦୀପିକା ମାଝୀ,ମୋନାଲିସା ଗରଡ଼ିଆ,ସସ୍ମିତା ବେହେରା,ଚାନ୍ଦିନୀ ପାତ୍ର,ଲକ୍ଷ୍ମୀପ୍ରିୟା ସାହୁ, ଅରୁଣ ଟାକ୍ରି,ମୋହନ ବାଗ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ନିଜେ କିପରି ସକ୍ଷମ ହୋଇପାରିଛନ୍ତି ତାହା ମଧ୍ୟ କହିଥିଲେ ଅତିଥି ମାନଙ୍କ ଦ୍ୱାରା ସମସ୍ତ ଶିବିରାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା।ସଂଯୋଜକ ବିଶ୍ୱନାଥ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


