ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-ଅନ୍ଧାର ରେ ସେ ଦେଖାନ୍ତି ଆଲୋକର କିରଣ, ସଫଳତାର ଶିଖର ଚଢାଇବାରେ ଥାଏ ତାଙ୍କ ହାତ। ବିପଦଗାମୀ ପାଇଁ ସାଜନ୍ତି ପଥ ପଦର୍ଶକ। ସେ ହେଉଛନ୍ତି ଗୁରୁ,ଶିଷ୍ୟଙ୍କୁ ଭଲ ମଣିଷ ଭାବେ ଗଢିବାରେ ଥାଏ ଅବଦାନ ଅତୁଳନୀୟ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଆଳସାହି ପଂଚାୟତ ପାଟସୁନ୍ଦରପୁର ଗ୍ରାମର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଟସୁନ୍ଦରପୁର ବରିଷ୍ଠ ଶିକ୍ଷକ ତଥା ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମାଗୁଣୀ ମଲ୍ଲିକ ନିଜ ଚାକିରୀ କାଳରୁ ଅବସର ନେଇଛନ୍ତି। କିନ୍ତୁ ଦୀର୍ଘ ଦିନ ହେବ ପିଲା ଙ୍କ ଭବିଷ୍ୟତ ଗଢ଼ୁଥିବା ମାଗୁଣୀ ଗୁରୁଜୀ ଅବସର ଦିନ ସମସ୍ତ ଙ୍କ ହୃଦୟରେ ରହିଯାଇଛନ୍ତି । ଖବର ମୁତାବକ ଅସ୍ତରଙ୍ଗ ବ୍ଲକ ଆଳସାହି ପଂଚାୟତ ଭିଆରପି କଲୋନୀ ବାସିନ୍ଧା ତଥା ପାଟସୁନ୍ଦରପୁର ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା ଭାବେ ଦୀର୍ଘ ୧୮ବର୍ଷ ଶିକ୍ଷକତା କରି ମଙ୍ଗଳବାର ତଥା ମାର୍ଚ୍ଚ ୩୧ରେ ଅବସରଗ୍ରହଣ କରିଛନ୍ତି। କିନ୍ତୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ସେବା ମନବୃତ୍ତି ରଖି ବୁଧବାର ପୂର୍ବାହ୍ନ ରେ ପାଟସୁନ୍ଦରପୁର ବାତ୍ୟାଆଶ୍ରୟସ୍ଥଳୀ ପରିସରରେ ଏକ ରକ୍ତଦାନ ଶିବିର ସହ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରିଥିଲେ। ସମାଜସେବୀ ସୂର୍ଯ୍ୟକାନ୍ତ ମଲ୍ଲିକ ଓ ବାବୁରାମ ମଲ୍ଲିକ ପରିଚାଳନା ରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ରକ୍ତଦାନ ଜୀବନ ଦାନ, ରକ୍ତ ଅଭାବରୁ କାହାରିକୁ ମୃତ୍ୟୁ ବରଣ କୁ ଦେବା ନାହିଁ। ଥାଲାସେମିଆ ରୋଗୀଙ୍କ ସଂଖ୍ୟା ଯେଉଁ ଭଳି ଭାବରେ ବୃଦ୍ଧି ପାଉଛି, ସେହି ପରିମାଣ ରେ ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ଯୁବ ସମାଜ ଏହାକୁ ହୃଦୟଙ୍ଗମ କରି ଆୟୋଜିତ ରକ୍ତଦାନ ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଏଭଳି ପ୍ରୟାସ କରିଥିଲେ।ଅନ୍ୟ ପଟେ ଦୀର୍ଘ ବର୍ଷ ହେବ ନିଜ ଗାଁର ଲୋକ ମାନେ ସରକାର ଙ୍କୁ ଗୁହାରି କରିଥିଲେ ମଧ୍ୟ ପାନୀୟ ଜଳ ପାଇପାରୁନଥିଲେ। ନିଜ ଗାଁର ଲୋକ ମାନେ ପାନୀୟ ଜଳ ସମସ୍ୟା ଭୋଗୁଥିବା ବେଳେ ମାଗୁଣୀ ଗୁରୁଜୀ ନିଜ ଅବସର ଦିନ ନିଜ ଗାଁର ଲୋକ ମାନଙ୍କ ସୁବିଧା ପାଇଁ ତଥା ପାନୀୟ ଜଳ ପାଇବା ପାଇଁ ନିଜ୍ଵସ ଖର୍ଚ୍ଚରେ  ଅସନ ସ୍ଥିତ ଭି ଆର ପି କଲୋନୀ ବିଦ୍ୟାଳୟ ପରିସରରେ ଏକ ୨ହଜାର ଲିଟର ବିଶିଷ୍ଟ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସହ ପ୍ରତି ଘରକୁ ଷ୍ଟାଣ୍ଡ ପୋଷ୍ଟ ସଂଯୋଗ କରିଛନ୍ତି। ଯାହାକି ସରକାରୀ ସ୍ତରରେ ହୋଇପାରୁନଥିବା ବେଳେ ଆଦର୍ଶ ଶିକ୍ଷକ ମାଗୁଣୀ ମଲ୍ଲିକ ନିଜ୍ଵସ ଖର୍ଚ୍ଚରେ  ନିଜ ଅବସର ଦିନ ନିଜ ଗ୍ରାମବାସୀ ଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେଇଛନ୍ତି।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୂୟଶୀ ପ୍ରଶଂସା କରିଥିଲେ।ଗୋଟିଏ ବିଦ୍ୟାଳୟ ରେ ଦୀର୍ଘ ୧୮ବର୍ଷ ଶିକ୍ଷକତା କରିବା ଓ ପ୍ରଧାନ ଶିକ୍ଷକ ରହିବା ଦିନଠାରୁ ନିସ୍ଵାର୍ଥପର ଭାବେ କିଭଳି ଶିକ୍ଷାଦାନ କରିବା ସହ ଛାତ୍ର, ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଭାବେ ରହି ଲକ୍ଷ୍ୟ ଆଡକୁ ଅଗ୍ରସର ହେବାକୁ ମାର୍ଗଦର୍ଶନ ଦେଉଥିଲେ ବୋଲି ଗୁଣଗାନ କରିଥିଲେ। ଶ୍ରୀ ଯୁକ୍ତ ମାଗୁଣୀ ମଲ୍ଲିକ ଛାତ୍ର, ଛାତ୍ରୀ ମାନଙ୍କ ପାଇଁ ଯେତିକି ପ୍ରେରଣା ଓ ଉତ୍ସାହ ଦେଇଥିଲେ ସମପରିମାଣ ରେ କନିଷ୍ଠ ଗୁରୁଜୀ ଓ ଗୁରୁମା ଙ୍କୁ ଉତ୍ତମ ମାର୍ଗ ଦର୍ଶନ ଦେଇ ଆସୁଥିଲେ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଥିଲେ। ଦୀର୍ଘ ୧୮ବର୍ଷ ଶିକ୍ଷକତା ମଧ୍ୟରେ ଦୀର୍ଘ ଦିନ ଭିତରେ ସେ ଦେଖିଛନ୍ତି ଉଥାନ ପତନ ଆଉ ଏହି ସମୟ ଭିତରେ ବିଦ୍ୟାଳୟ କୁ ଗଢି ତୋଳିଥିଲେ ନିଜ ଘରଭଳି। ଶ୍ରୀ ଯୁକ୍ତ ମଲ୍ଲିକ ଏକାଧାର ରେ ଥିଲେ ଛାତ୍ର ବତ୍ସଳ, ସରଳ ନିଷ୍କପଟ ମଣିଷ ତାଙ୍କର ସ୍ୱାଭିମାନ ପଣିଆ, ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଟ ପଣିଆକୁ ଅଂଚଳବାସୀ ନିଜ ମତରେ ଉପସ୍ଥାପନା କରିଥିଲେ। ଗ୍ରାମବାସୀ ଙ୍କ ତରଫରୁ ଶ୍ରୀ ଯୁକ୍ତ ମଲ୍ଲିକ ଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୋକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷ ରେ ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ ଶ୍ରୀଯୁକ୍ତ ମାଗୁଣୀ ମଲ୍ଲିକ ଙ୍କୁ ବିରାଟ ପଟୁଆର ରେ ଶୋଭାଯାତ୍ରା ମାଧ୍ୟମରେ ବିଦ୍ୟାଳୟ ଠାରୁ ନିଜ ଗାଁ ଭି ଆର ପି କଲୋନୀ ସ୍ଥିତ ବାସଭବନ ରେ ଛାଡିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ