ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ଉତ୍କଳ ଦିବସ ପାଳିତ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ଅଞ୍ଚଳର ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ବୁଧବାର ୯୦ତମ ସ୍ୱତନ୍ତ୍ର ଉତ୍କଳ ଦିବସ ପାଳନ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ଓ ସହକାରୀ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍କଳ ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ବୀର ପ୍ରସବୀନି ଉତ୍କଳ ମାତାର ବରପୁତ୍ର ପଣ୍ଡିତ ଗୋପବନ୍ଧୁ ଦାଶ, ଫକୀର ମୋହନ ସେନାପତି, ମଧୁସୁଦନ ଦାଶ, ଗଙ୍ଗାଧର ମେହେର, କୃଷ୍ଣଚନ୍ଦ୍ର ଗଜପତି ଭଳି ମହାମନିଷୀ ମାନଙ୍କ ଆଜୀବନ ସଂଗ୍ରାମ ଓ ଅପୂର୍ବ ଆତ୍ମୋତ୍ସୋର୍ଗ ଯୋଗୁଁ ୧୯୩୬ ମସିହା ଏପ୍ରିଲ ମାସ ପହିଲାରେ ଓଡିଶା ପ୍ରଦେଶ ଆତ୍ମପ୍ରକାଶ କରିଥିବା ଯୋଗୁଁ ଏହି ଐତିହାସିକ ଦିବସର ସ୍ମୃତିକୁ ଉଜ୍ଜୀବିତ କରିରଖିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିବା ସହ ଓଡିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବୀର ଓ ମହାନ୍‍ ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, ସବିତା ତ୍ରିପାଠୀ, ଅଜିତ୍‍ କୁମାର ରଣା, ଅର୍ଚ୍ଚନା ପାଢୀ, ଶୁଭେନ୍ଦୁ ମିଶ୍ର, ଗାୟତ୍ରୀ ପାତ୍ର, ଦେବେନ୍‍ ନାୟକ, ମନୋରଂଜନ ପଣ୍ଡା, ପ୍ରଶାନ୍ତ କୁମାର ନାୟକ, ଜୁଲି ରଥ, ଚନ୍ଦ୍ରିକା ସୁନାଙ୍କ ସମେତ ବହୁ ଶିକ୍ଷକ ଓ ବିଦ୍ୟାର୍ଥୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ