ଆରିୟନ୍ ପବ୍ଳିକ ସ୍ଲୁଲ ପକ୍ଷରୁ ଉତ୍କଳ ଦିବସ ପାଳିତ
ଆସିକା (ୱାଇଏନ୍ଏସ୍) :ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ଆରିୟନ୍ ପବ୍ଳିକ ସ୍କୁଲ ପକ୍ଷରୁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ଏନ୍ସିସି କ୍ୟାଡେଟ୍ ଏବଂ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ହୋଇଥିବା ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ନବଉତ୍କଳ ନିର୍ମାଣର ଅନ୍ୟତମ ବିନ୍ଧାଣୀ ଉତ୍କଳଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା ଆସିକା ଓକିଲ ସଂଘର ସଭାପତି ଛବିଳରାମ ମିଶ୍ର, ଆଇନଜୀବୀ ସୁଧାଂଶୁ କୁମାର ପାଣିଗ୍ରାହୀ, ଆସିକା ଆରିୟନ୍ ପବ୍ଳିକ ସ୍କୁଲର ଶିକ୍ଷୟିତ୍ରୀ ତଥା ଭାରତ ସ୍କାଉଟସ୍ ଓ ଗାଇଡସ୍ର ସଂଯୋଜିକା ଭାରତୀୟ କୁମାରୀ ଷଡଙ୍ଗୀ, କ୍ରୀଡା ଶିକ୍ଷକ ମନୋରଂଜନ ରଥ ଓ ନାରାୟଣ ଗୌଡ, ଶିକ୍ଷାନୁଷ୍ଠାନର କର୍ମଚାରୀ ମନୋଜ କୁମାର ମିଶ୍ର, ଶିକ୍ଷକ ଗଣେଶ ନାହାକ, ପ୍ରଶାନ୍ତ କୁମାର ମହାପାତ୍ର, ପ୍ରମିଳା ପ୍ରଧାନ, କର୍ମଚାରୀ ପ୍ରଶାନ୍ତ କୁମାର ଗୌଡ ଓ ମନୋଜ କୁମାର ଗୌଡ ପ୍ରମୁଖ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ବରପୁତ୍ରମାନଙ୍କ ତ୍ୟାଗ ଓ ଅବଦାନ ଉପରେ ଆଲୋକପାତ କରିବା ସାଙ୍ଗକୁ ସମୃଦ୍ଧ ଓଡିଶା ଗଠନରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ଆସିକା ଆରିୟନ୍ ପବ୍ଳିକ ସ୍କୁଲ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଶିଶୁମାନେ ଆକର୍ଷଣୀୟ ତଥା ଚିତ୍ତାକର୍ଷକ ବେଶଭୂଷା ସଚେତନ ନାଗରିକଙ୍କ ମନ ମୋହିଥିବା ଦେଖିବାକୁ ମିଳିଥିଲା ।


