ବ୍ରାହ୍ମଣ ସମାଜ ତରଫର ବିଶ୍ଵଶାନ୍ତି ବିଷ୍ଣୁ ମହାଯଜ୍ଞ
ରାଇରଙ୍ଗପୁର(ଓ୍ବାଇଏନଏସ): ରାଇରଙ୍ଗପୁର ସହରର କୁଚେଇବୁଢୀ ଗ୍ରାମର ଶ୍ରୀ ଶ୍ରୀ ବାବା ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ବାମନଘାଟୀ ବ୍ରାହ୍ମଣ ସମାଜ ତରଫରୁ ଚତୁର୍ଥ ବାର୍ଷିକ ବିଶ୍ଵଶାନ୍ତି ବିଷ୍ଣୁ ମହାଯଜ୍ଞ ୪ ଦିବସୀୟ୭/ମଙ୍ଗଳବାର ଦିନ ଅଙ୍କୁରାରୋପଣ ଓ ମଣ୍ଡଳ ଚରଣ ଅଧିବାସ କାର୍ଯ୍ୟକ୍ରମ ହୋଇଥିଲା ।ଆଜି ବୁଧବାରଦିନ ପ୍ରାତଃ ସମୟରେ ବହୁସଂଖ୍ୟାରେ ମାଆ ମାନେ ମନ୍ଦିର ପ୍ରାଙ୍ଗଣରୁ ଢୋଲ,ବାଜା ରୋଷଣୀରେ ନିକଟସ୍ଥ ବଡବନ୍ଧ ଜଳାଶୟକୁ ଯାଇଥିଲେ ।ସେଠାରେ ପୁରୀରୁ ଆସିଥିବା ବିଦ୍ୱାନ ପଣ୍ଡିତମାନେ ଜଳାଶୟ ପଠାରେ ଵେଦମନ୍ତ୍ର ଧ୍ୱନୀରେ ପୂଜାର୍ଚନା କରିଥିଲେ ।ସେଠାରୁ ପୁର୍ଣ କଳଶ ଜଳଲାଗି କରି ଯଜ୍ଞ ମଣ୍ଡପରେ ପ୍ରବେଶ କରିଥିଲେ ।ପରେ ପଣ୍ଡିତମାନେ ରୀତିନୀତି ଅନୁସାରେ ଶାଳାରେ ଦେବତା ମାନଙ୍କ ଆବାହନ,ସ୍ଥାପନ,ପୂଜନ,ମୂଳମନ୍ତ୍ରଜପ,ଅଗ୍ନି ସଂସ୍କାର ଆହ୍ନିକ ହବନି,ତର୍ପଣ,ମାର୍ଜନା,ଆଳତୀ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ କରିଥିଲେ ।କର୍ତା ଭାବରେ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ତାଙ୍କ ସହଧର୍ମିଣୀ ମାନସୀ ମହାପାତ୍ର ସଂକଳ୍ପ ରେ ବସି ଦାୟିତ୍ବ ନିଭାଇଛନ୍ତି । ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ବାରା ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ ।ବାମନଘାଟୀ ବ୍ରାହ୍ମଣ ସମାଜର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଦିନରାତି ଏକ କରିଦେଇଛନ୍ତି ।କମିଟି ତରଫରୁ ସମସ୍ତ ଅଞ୍ଚଳବାସୀଙ୍କୁ ଏହି ଯଜ୍ଞକୁ ବହୁ ସଂଖ୍ୟାରେ ଆସନ୍ତୁ ଏବଂ ବିଷ୍ଣୁଙ୍କ ଆଶୀର୍ବାଦ ନିଅନ୍ତୂ ।


