କୋରୁଅ ଗ୍ରାମରେ ସନ୍ଥ ସମ୍ମିଳନୀ

ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ପୀଠରେ ଅଷ୍ଟମ ବାର୍ଷିକ ନାମଯଜ୍ଞ ଓ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ବିଚିତ୍ରକୁମାର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ସନ୍ଥ ସମ୍ମିଳନୀରେ ଭୁବନେଶ୍ୱର ଜ୍ଞାନପ୍ରଭା ମିଶନର ସାଧ୍ୱୀ ଜ୍ୟୋତିର୍ମୟାନନ୍ଦ ଗିରି, କଟକ ତପୋବନ ଆଶ୍ରମର ବାବା ଶ୍ରୀ ବିଶ୍ୱତ୍ମାନନ୍ଦ ଗିରି ମହାରଜ, ନାଉଗାଁ ଗୌରହରି ସଂକୀର୍ତନ ମହାମଣ୍ଡଳର ସଭାପତି ବାବା ଶ୍ରୀ ଦିବ୍ୟକୃଷ୍ଣ ଦାସ ମହାରାଜ, ହରିହରାନନ୍ଦ ଧ୍ୟାନ ମନ୍ଦିର ନାଉଗାଁର ସାଧ୍ୱୀ ନିର୍ଲିପ୍ତାନନ୍ଦ ଗିରି ପ୍ରମୁଖ ଯୋଗ ଦେଇ ବର୍ତମାନ ସମାଜ ଆଧ୍ୟାତ୍ମିକତା ଠାରୁ ଦୁରେଇ ଯାଉଛି। ଯୁବ ପିଢୀମାନେ ନିଶା,ହିଂସା,କ୍ରୋଧ,କାମନା ବାସନା ପରିତ୍ୟାଗ କରି ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ଆଗଭର ହେବା ଉଚିତ। ଭଗବାନଙ୍କ ନାମ କିର୍ତନ ,ଭଜନ ଓ ଗୁଣନ କଲେ ଏକ ପ୍ରେମମୟ ସମାଜ ଗଠନ ହୋଇ ପାରିବ ବୋଲି ଉତ୍ସବରେ ଯୋଗ ଦେଇଥିବା ସାଧୁ ମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ନିରଂଜନ ମହାନ୍ତି, ସୁକାନ୍ତ କୁମାର ଲେଙ୍କାଙ୍କ ସହିତ ଗ୍ରାମର ଯୁବକମାନେ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ