ଆସିକାରେ ସରିଲା ଘର ଗଣନା ପ୍ରକ୍ରିୟା

ଆସିକା (ୱାଇଏନ୍‍ଏସ୍‍) : ଦେଶରେ ଜନଗଣନା ୨୦୨୭ ଅଧୀନରେ ଗତ ୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଗଣନା ହୋଇଥିବା ବେଳେ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଜନଗଣନାରୀମାନେ ଘରକୁ ଘର ବୁଲି ନମ୍ବରିଂ କରିଥିଲେ । ଗୃହଗଣନା କାର୍ଯ୍ୟକ୍ରମର ଚାର୍ଜ ଅଫିସର ତଥା ଆସିକା ତହସିଲଦାର ସଙ୍ଗୀତା ସେଣ ଏବଂ ଅତିରିକ୍ତ ଚାର୍ଜ ଅଫିସର ତଥା ଏଟିଓ ଅମରେଶ୍‍ ସାବତଙ୍କ ସମେତ ମାଷ୍ଟର୍‍ ଟ୍ରେନର୍‍ ଶିବଶଙ୍କର ଜେନା, ରାମନାଥ ପଟ୍ଟନାୟକଙ୍କ ସମେତ ବହୁ ପଦାଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ଅଞ୍ଚଳରେ ଏହି ଘର ଗଣନା ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଯାଇଛି । ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ଅଞ୍ଚଳରେ ସମୂଦାୟ ୫୬୮୮୨ ଗଣନାଘର ଥିଲା ବେଳେ ସେଥି ମଧ୍ୟରୁ ୫୧୩୭୮ଟି ଗୃହ ରହିଥିିବା ଜଣାପଡିଛି । ଗଣନାକାରୀମାନେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ସାହିବସ୍ତିକୁ ଯାଇ ନମ୍ବରିଂ କରିସାରିଥିଲା ବେଳେ ଏବେ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଥିବା ଜଣାପଡିଛି । ଆସନ୍ତା ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହି ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ଜନଗଣନାକାରୀମାନେ ନିଜ ନିଜ ମୋବାଇଲରେ ଏଚ୍‍ଏଲ୍‍ଭି ଆପ୍‍ ଡାଉନ୍‍ଲୋଡ କରି ସମସ୍ତ ତଥ୍ୟ ଅନ୍‍ଲାଇନ୍‍ ଜରିଆରେ ଅପ୍‍ଲୋଡ କରୁଥିବା ଦେଖିବାକୁ ମିଳିଛି । ଜନଗଣନାକାରୀମାନେ ନାଗରିକମାନଙ୍କୁ ୩୩ଟି ପ୍ରଶ୍ନ ସଂକ୍ରାନ୍ତରେ ତଥ୍ୟ ମାଗୁଥିବା ବେଳେ ନାଗରିକମାନେ ଉତ୍ସାହର ସହ ତଥ୍ୟ ପ୍ରଦାନ କରୁଥିବା ପରିଲକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ