ଧନୀ ପାହାଡ଼ରେ ଗରିବ ଗାଁ, ପାଣି ପାଇଁ ବର୍ଷ ବର୍ଷ ଡହଳ ବିକଳ!
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ବହୁ ଚର୍ଚ୍ଚିତ ସିଜିମାଳୀ ଓ କୁଟୁରୁ ମାଳି ବକ୍ସାଇଡ ସମ୍ପତିର ପାହାଡ଼। ଏହି ପାହାଡ଼ ବିଶ୍ୱର ଧନୀ ପାହାଡ଼। କିନ୍ତୁ ଏହି ପାହାଡ଼ ଉପରେ ରହୁଥିବା ଗାଁ ଗୁଡାକ ଗରିବ। ଏଠାରେ ଲୋକଙ୍କ ପାଇଁ ସମସ୍ୟାର ପାହାଡ ଭଳି ଛିଡା ହୋଇଛି। ଏମିତି ଅନେକ ଗ୍ରାମ ମଧ୍ୟରୁ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର କରପା ପଞ୍ଚାୟତର କୁଟୁରୁ ମାଳି ବକ୍ସାଇଡ ଭରା ପାହାଡ଼ ଉପରେ ଗାଁରେ ଅବସ୍ଥିତ ଲେଲିଙ୍ଗ ପଦର ଓ ଏଚ କଣା । ଏହି ସ୍ୱାଧୀନତା ପୂର୍ବରୁ ଆଜିଯାଏ ପାଣି ପାଇଁ ଡହଳ ବିକଳ ହୋଇ ଝରଣା ପାଣି ଯାହାକି ୫ ଶହ ମିଟର ରସାନ୍ତଳରୁ ହାଣ୍ଡିଏ ପାଣି ଆଣିବାକୁ ପଡୁଛି।ସରକାର ଏହି ଗ୍ରାମପାଇଁ ଝରଣା ରୁ ସଲାର ମଟର ମାଧ୍ୟମରେ ପାଣି ଉଠାଇ ପାଣି ବ୍ୟବହାର କରୁଥିଲେ।କିନ୍ତୁ ପ୍ରତି ବର୍ଷ ବିଜୁଳି ଘଡ଼ଘଡ଼ି ହେଲେ ସଲାର ମଟର ପୋଡି ନଷ୍ଟ ହୋଇ ଯାଇଥାଏ ବୋଲି ଗ୍ରାମବାସୀ ପ୍ରକାଶ ଲାରିଛନ୍ତି। ପ୍ରାୟ ସବୁ ସମୟରେ ଏଭଳି ରସାନ୍ତଳରୁ ପାଣି ବକ୍ସାଇଡ ପାହାଡ଼ ଉପରେ ଜୀବନ ବଞ୍ଚିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି। ଏମିତି ଖରାପ ହେଲେ ମରାମତି କେବେ କେବେ ଜଳ ଓ ପରିମଳ ବିଭାଗ କରିଥାନ୍ତି। ଗ୍ରୀଷ୍ମ କାଳ ଆସିବା ପୂର୍ବରୁ ବ୍ଲକର ଜୈନିକ ମହିଳା ଯନ୍ତ୍ରୀ ନୀଳିମା ଦାସ ଗତ ଫେବୃଆରୀ ମାସରେ ଯାଇଥିଲେ ପାହାଡ଼ ଉପରକୁ। ସେତେବେଳେ କହିଥିଲେ ଦୁଇଦିନ ପରେ କାର୍ଯ୍ୟ ସମ୍ପୂର୍ଣ ହୋଇଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। କିନ୍ତୁ ତିନି ମାସ ବିତିଗଲା ପ୍ରତିଶୃତି ପାଣିର ଗାର ହୋଇ ରହିଗଲା ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ। ଆମେ ସଖାଳୁ ପାଣି ଆଣିବାର ଅଛି ଯଦି ରାତ୍ରିଠାରୁ ପରିବାରୁକୁ ଟେନସନ ବଢିଯାଏ ପାଣି ଆଣିବା ପାଇଁ !ଏହି ପାହାଡ଼ ଉପରେ କୌଣସି ସ୍ଥାନରେ ପାଣିର ବ୍ୟବସ୍ଥା କି ଝରଣା ନଥିବାରୁ ହାଣ୍ଡିଏ ପାଣିପାଇଁ କେତେଯେ କଷ୍ଟ ପଡିବାକୁ ପଡୁଛି ଗାଁ ଲୋକ ହିଁ କହି ପାରିବେ ଓ ଯିଏ ଯାଇଛି ବାସ୍ତବରେ ଦେଖିଲେ ହୃଦବୋଧ କରି ପାରିବେ। ଇଏ କୌଣସି ସମତଳ ଅଞ୍ଚଳ ନୁହଁ ହଜାର ହଜାର ଫୁଟ ଉଚାରେ ଥିବା ଧନୀ ପାହାଡ଼ର ଗରିବ ଗାଁ ବାସ୍ତବ ଚିତ୍ର। କେବେ ମରାମତି ହେବ କେବେ ସମସ୍ୟାର ସମାଧାନ ହେବ ମୁନ୍ଦାଏ ପାଣି ମିଳିବ ଦେଖିବାକୁ ବାକି ରହିଲା।ଏ ସମ୍ପର୍କରେ ଯନ୍ତ୍ରୀ ନୀଳିମା ଦାସଙ୍କୁ ପଚାରିବାରୁ ସଲାର ଓ ପମ୍ପ ଲଗାଇଥିବା ସଂସ୍ଥା ଏର୍ଥ ଲଗାଇନଥିବାରୁ ବାରମ୍ବାର ବିଜୁଳି ମାରି ମଟର ପୋଡି ଯାଉଛି। ଉକ୍ତ ସ୍ଥାନରେ ପାଣି କମ ଥିବାରୁ ପାଣି ନିୟଣ୍ଟ ହେଉଛି। ପାଣି କେମିତି ଲୋକଙ୍କ ନିକଟରେ ପହଁଚିବ ସେଥିନେଇ ଜିଲ୍ଲାପାଳଙ୍କ ନିକଟକୁ ଏଷ୍ଟମେଟ ପଠାଯାଇଛି। ଲୋକଙ୍କ ସୁବିଧା ପାଇଁ ଦୁଇ ଦିନ ପରେ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଛନ୍ତି।ଏଣୁ ଜିଲାପାଳ ଯୁଦ୍ଧ କାଳୀନ ଭିତରେ ଉକ୍ତ ଗ୍ରାମର ପାଣି ସମସ୍ୟା ସମାଧାନ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।


