ପ୍ରାଦେଶିକ ମେଧା ପରୀକ୍ଷା: ୭ମ ସ୍ଥାନ ଅଧିକାର କଲେ ପୁର୍ଣିମା ପ୍ରିୟଦର୍ଶନୀ ପହି

ହାଟଡିହି  (ଓ୍ବାଇଏନଏସ): ବିଦ୍ୟାଭରତୀ ବିକାଶ ସମିତି ଓଡିଶା ପକ୍ଷରୁ ତୃତୀୟ ଶ୍ରେଣୀ ପ୍ରାଦେଶିକ ମେଧା ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହାଟଡିହି ସରସ୍ବତୀ ଶିଶୁ ମନ୍ଦିରର ତୃତୀୟ ଶ୍ରେଣୀ ଛାତ୍ରୀ ତଥା ହାଟଡିହି ଗ୍ରାମର ନାରାୟଣ ପହି ଓ ଝିଲି ପ୍ରଭା ନାୟକଙ୍କ କନ୍ୟା ପୁର୍ଣିମା ପ୍ରିୟ ଦର୍ଶନୀ ପହି ସମଗ୍ର ରାଜ୍ୟରେ ମୋଟ ୧୫୪ ମାର୍କ ଶତକଡା ୭୭ ଭାଗ ମାର୍କ ରଖି ସପ୍ତମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ସମସ୍ତ ଗୁରୁଜୀ, ଗୁରୁମା ମାନଙ୍କୁ ଦେଇଛନ୍ତି। ତାଙ୍କର ଏପରି ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ପୁର୍ଣିମା ପ୍ରିୟଦର୍ଶନୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ