ବଡରମ୍ପାସ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ

ହାଟଡିହି (ଓ୍ବାଇଏନଏସ):  ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରୋଟି ପରିବାର ସାତ ବଖରା ଘର ପୋଡିଯିବା ସହିତ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମତ୍ତି ଭଶ୍ମିଭୁତ ହୋଇଥିବା ଜଣାଯାଇଛି। ସୂଚନାରୁ ଜଣା ଯାଇଛି ଯେ ଶାନ୍ତିଲତା ସେଠୀଙ୍କ ପରିବାର ଲୋକେ ଯାତ୍ରା ଦେଖି ପଳାଇଥିବା ବେଳେ ଘରେ  ବୃଦ୍ଧା ଶାନ୍ତିଲତା ରହିଥିଲେ। ରାତି ୧୨ଟା ୨୦ରେ ହଠାତ ଘର ଜଳୁଥିବା ଦେଖି ଶାନ୍ତିଲତା ଡାକ ପକାଇଥିଲେ। ତାଙ୍କ ପାଟିଶୁଣି  ପଡୋଶୀ ମାନେ ଆସି ଦେଖିବା ବେଳକୁ ଘର ଚତୁଃର୍ଦିଗକୁ ନିଆଁ ବ୍ୟାପି ସାରିଥିଲା। ବଳିଆ ସେଠୀ,କନ୍ଦ ସେଠୀ,ବାବାଜୀ ସେଠୀ,ବାବୁଲି ସେଠୀ, ଶ୍ରୀଧର ସେଠୀ, ସୁଦର୍ଶନ ସେଠୀଙ୍କ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବରପାଇ ଆନନ୍ଦପୁର ଓ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ। ଘରେ ଥିବା ନଗଦ ଅଢେଇ ଲକ୍ଷ ଟଙ୍କା, ଦୁଇଟି ଫ୍ରିଜ, ଟିଭି, ଗଡ଼ରେଜ, ଲୁଗାପଟା, ସୁନା ରୁପା ଓ ଧାନ ଚାଉଳ ସବୁ ପୋଡି ଧ୍ୱଂସ ପାଇଯାଇଛି। କେବଳ ପିନ୍ଧା ବସ୍ତ୍ର ଖଣ୍ଡିକ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ଉଦ୍ଧାର ହୋଇପାରିନି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳକୁ ଯାଇ ନଥିବା ଜଣା ଯାଇଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମତ୍ତି ଭଶ୍ମିଭୁତ ହୋଇଥିବା ଆକଳନ କରା ଯାଉଛି। ଗରିବ ବିପନ୍ନ ପରିବାର ଗୁଡିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ