ବିଜେପି ବାଲେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବାଲେଶ୍ବର(ସରୋଜ ପଣ୍ଡା): ଆଜି ବାଲେଶ୍ୱର ମିଶନ ପଡ଼ିଆରେ ବାଲେଶ୍ୱର ସଦର, ରେମୁଣା, ନୀଳଗିରି, ସୋର ଓ ସିମୁଳିଆ ବିଧାନସଭା କ୍ଷେତ୍ରକୁ ନେଇ ବାଲେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି, ଗତ ଏପ୍ରିଲ ମାସ ୧୬,୧୭ ଓ ୧୮ ତାରିଖରେ ଲୋକସଭାରେ ସ୍ୱତନ୍ତ୍ର ଅଧିବେଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ ଆଗତ ହୋଇଥିବା ବେଳେ ଏନ୍ ଡି ଏ ସପକ୍ଷ ରେ ୨୯୮ ଭୋଟ ମିଳିଥିବା ବେଳେ ବିଲ୍ ବିରୋଧ ରେ ୨୩୦ ଭୋଟ ମିଳିଥିଲା, ଦୁଇ ତୃତୟାଂଶ ସପକ୍ଷ ଭୋଟ ନପାଇବାରୁ ଏହି ବିଲ୍ ପାରିତ ହୋଇ ପାରିନଥିଲା। ଗତ ୧୫ ତାରିଖରେ ବାଲେଶ୍ୱରରେ ମହିଳା ରାଲି, ପ୍ରେସ୍ ମିଟ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଆଜି ଉକ୍ତ ସଭା ଆୟୋଜନ କରାଯାଇଥିଲା ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଷମା ରାଣୀ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ଉଦବୋଧନରେ ବିରୋଧୀ କଂଗ୍ରେସ ଓ ବିଜେଡି କଟୁ ଭାଷାରେ ସମାଲୋଚନା କରିଥିଲେ ସେ ତାଙ୍କ ବକ୍ତବ୍ୟରେ  ବିଜେଡିକୁ କହିଲେ କି ଯେଉଁ ଦଳ ସରକାର ଥିବା ସମୟରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ସେମାନେ ଆଜି ଏହି ବିଲକୁ ସଂସଦରେ ବିରୋଧ କରିବା ନାରୀ ମାନଙ୍କ ପ୍ରତି ଅପମାନ ବୋଲି କହିଥିଲେ। ଆଗାମୀ ସ୍ଥାନୀୟ ନିର୍ବାଚନରେ ଏହି ନାରୀ ବିରୋଧୀ ଦଳମାନଙ୍କୁ ଉପଯୁକ୍ତ ଜବାବ ଦେବାକୁ ଆହ୍ୱାନ ଦେଇଥିଲେ। ଆଗାମୀ ଦିନରେ ମଣ୍ଡଳ ସ୍ତରରେ ଏହି ଜନ ଆକ୍ରୋଶ ମହିଳା ସମାବେଶ କରାଯିବ ବୋଲି ସେ ତାଙ୍କ ବକ୍ତବ୍ୟ କହିଥିଲେ ଓ ଏହାକୁ ସଫଳ କରିବା ପାଇଁ ମହିଳାମାନଙ୍କୁ ପ୍ରେରିତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସଦର ବିଧାୟକ ମାନସ ଦତ୍ତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ରେମୁଣା ସଂଯାଯୋକ ସିପ୍ରା ରେଖା ମହାପାତ୍ର, ରାଜ୍ୟ ଉପ ସଭାପତି ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ସାଂଗଠନିକ ସଂଯୋଜକ ମମତା ମହାପାତ୍ର, ଜିଲ୍ଲା ଉପ ସଭାପତି ତଥା ସିମୁଳିଆ ସଂଯୋଜକ ଭାରତୀ ମଲ୍ଲିକ୍, ଜିଲ୍ଲା ସମ୍ପାଦିକା ତଥା ସୋର ସଂଯୋଜକ ସୁଭଦ୍ରା ପାଢ଼ୀ ନଗର ସଭାନେତ୍ରୀ ସଦର ସଯୋଜକ ସୁସ୍ମିତା ପଣ୍ଡା, ନୀଳଗିରି ସଂଯୋଜକ ନିବେଦିତା ପଣ୍ଡା ପ୍ରମୁଖ ନିଜ ନିଜର ମତ ରଖିଥିଲେ ଓ ବିରୋଧୀ ଦଳଙ୍କ ନାରୀ ବିରୋଧୀ ଆଚରଣରେ କ୍ଷୋଭ ପ୍ରକାଶ କରିଥିଲେ। ପରିଶେଷରେ ଜିଲ୍ଳା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ସମାରୋପ ବ୍ୟକ୍ତବ୍ଯ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ