କଲବୈଶାଖୀ ତାଣ୍ଡବରେ ଗଛପଡି ରାସ୍ତା ଆବରୋଧ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାତ୍ର ପାୟ ଆଠଟା ସମୟରେ କଳାହାଣ୍ଡିଆ ମେଘ ଆସି କାଳ ବୈଶାଖୀ ରଚିଥିଲା ଅଞ୍ଚଳରେ। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ପଵନ ହୋଇଥିବାରୁ ବିଭିନ୍ନ ଗଛ ଉପାଡି ଯାଇଥିବା ଜଣା ପଡିଛି। ସେହିପରି ରାୟଗଡା କଲ୍ୟାଣସିଂହପୁର ୪୫ରାଜ୍ୟ ରାଜପଥ ଶିକର ପାଇ ଠାକୁରାଣୀ ମନ୍ଦିର ଆମ୍ବ ତୋଟା ନିକଟରେ ଏକ ଆମ୍ବ ଗଛ ରାସ୍ତା ଉପରେ ପଡିଯିବାରୁ ରାସ୍ତାରେ ଯାତାୟାତ ଏକ ପ୍ରକାର ଠପ ହୋଇ ଯାଇଛି।ଉକ୍ତ ରାସ୍ତାରେ ଯିବାଆସିବା ଯାନ ବାହନ ଗୁଡାକ ଅଟକି ଯାଇଥିବାରୁ ଯାତ୍ରୀମାନେ ରାତ୍ରରେ ବହୁ ଅସୁବିଧାରେ ସମୁଖୀନ ହେବାକୁ ପଡୁଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଏଣୁ ଅଗ୍ନିଶମ ବିଭାଗ ଯୁଦ୍ଧ କାଳୀନ ଭିତରେ ରାସ୍ତା ସଫା କରିବା ପାଇଁ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ