ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର

ଛତ୍ରପୁର, (ଓ୍ବାଇଏନଏସ): କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଜରୁରୀ। ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଅନେକ ଅଜଣା ରୋଗରୁ ମୁକ୍ତି ମିଳିପାରିବ। ସରକାରୀ କାର୍ଯ୍ୟର ଚାପ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ   ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ  ବ୍ରହ୍ମପୁର  ସ୍ୱାସ୍ଥ୍ୟ ସଦନ ତରଫରୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟା ଙ୍କ ତତ୍ୱବଧାନ ରେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷ ରେ ମାଗଣା ଏକ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି l  ଆୟୋଜିତ ଏହି ଶିବିରକୁ ଗଞ୍ଜାମଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଯୋଗଦେଇ ଶୁଭଆରମ୍ଭ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ l ଏହି ଶିବିରରେ ମୁଖ୍ୟତଃ ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା, ମଧୁମେହ, ଚକ୍ଷୁ ପରୀକ୍ଷା, ଥାଇରଏଡ଼, ଫାଇବ୍ରୋ ସ୍କାନ, ଯକୃତ ଭଳି ରୋଗ ପରୀକ୍ଷା କରାଯାଇଥିଲା l ଏହି ଅବସରରେ   ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା, ଥାଇରଏଡ, ଚର୍ବି ସମସ୍ୟା ଆଦି ଉପରେ ଏକ ଶିକ୍ଷଣୀୟ ଅଧିବେଶନ ଅନୁଷ୍ଠିତ ହେଇ ଥିଲା  l  ଏହି ଶିବିର ରେ ଗଞ୍ଜାମ ଜିଲ୍ଲା ପରିଷଦ   କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ବହୁ ଅଧିକାରୀ ଏବଂ କର୍ମଚାରୀ ମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ