ଜଙ୍ଗଲ ଅଧିକାର ଓ ପେଶା ଆଇନ ସଚେତନତା ଅଭିଯାନ ଆରମ୍ଭ

ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲାରେ ଜଙ୍ଗଲ ଅଧିକାର ଓ ପାରମ୍ପରିକ ଅଧିକାର ସମ୍ବନ୍ଧୀୟ ସଚେତନତା ବୃଦ୍ଧି ପାଇଁ ବିଶେଷ ଅଭିଯାନର ଶୁଭାରମ୍ଭ ହୋଇଛି। ସିଏସଡି ଓଡ଼ିଶା ଓ ପାରମ୍ପରିକ ଗ୍ରାମସଭା ସମୂହ ମାଲକାନଗିରିଙ୍କ ଯୁକ୍ତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଚାଲିଛି।ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ପେଶା ଆଇନ ଅନୁଯାୟୀ ଆଦିବାସୀ ଓ ପାରମ୍ପରିକ ବନବାସୀମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା। ଜଳ, ଜମି ଓ ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚିଥିବା ଲୋକମାନଙ୍କ ପାଖକୁ ସିଧାସଳଖ ପହଁଚି ସେମାନଙ୍କୁ ତାଙ୍କର ଆଇନଗତ ଅଧିକାର ବିଷୟରେ ଜଣାଇବାକୁ ଏହି ପ୍ରଚେଷ୍ଟା ନିଆଯାଇଛି। ଅଭିଯାନଟି କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଡୁଡାମେଟା ଗ୍ରାମପଞ୍ଚାୟତର ଚେରୀଗୁଡା ଗ୍ରାମରୁ ଗତ ୨୭ ଏପ୍ରିଲ ୨୦୨୬ ଠାରୁ ଆରମ୍ଭ ହୋଇଛି। ପରବର୍ତ୍ତୀ ଦିନମାନେ ଏହାକୁ ଜିଲ୍ଲାର ସମସ୍ତ ବ୍ଲକରେ ବିସ୍ତାର କରାଯିବ ବୋଲି ସୂଚନା ମିଳିଛି। ଏହି ସଚେତନତା କାର୍ଯ୍ୟକ୍ରମରେ ପାରମ୍ପରିକ ଗ୍ରାମସଭା ସମୂହର ଜିଲ୍ଲା ଆବାହକ ଭୀଷ୍ମ ପାଙ୍ଗି , ସିଏସଡି ଓଡିଶା ସଭ୍ୟ ଶ୍ରୀଚରଣ ବେହେରା ଙ୍କ ସହିତ ଇଶ୍ୱର ପାଙ୍ଗି, ବିକାଶ ପଡିଆମି, ଇର୍ମା ମାଡ଼କାମୀ, ଲାକୁ ହନ୍ତାଳ, ରେଲି ଖିଲ, ମୋହନଦାସ ମାଡ଼କାମୀ, ରୁପା ପାଙ୍ଗି, କରଞ୍ଜି ସୀସା, ମନ ଗୋଲରୀ, ବୁଦୁରା ମାଡି ଓ ଡମୁ ମୁଦୁଲି ମୁଖ୍ୟ ଭାବେ ସହଯୋଗ କରୁଛନ୍ତି। ସ୍ଥାନୀୟ ଲୋକମାନେ ଏହି ଅଭିଯାନକୁ ସ୍ୱାଗତ କରିଥିବା ବେଳେ, ଏହା ଆଦିବାସୀ ଓ ବନବାସୀ ମାନଙ୍କ ଅଧିକାର ସୁରକ୍ଷାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ