ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ

କଟକ(ଓ୍ବାଇଏନଏସ) : ଚୌଦ୍ୱାର -କଟକର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ଗତକାଲି ବାରିପଦା ଗସ୍ତ ସମୟରେ କଟକ ଓଏମପି ଛକରେ ଦିଲ୍ଲୀପ ରାୟଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ଚୌଦ୍ୱାର – କଟକ ବିଧାୟକ ସୌଭିକ ବିଶ୍ୱାଳ। ମହାନଦୀ ବିହାର ସ୍ଥିତ ଘରେ ବାପା ପ୍ରଭାତ ବିଶ୍ୱାଳ ଓ ସୌଭିକଙ୍କୁ ଭେଟିଛନ୍ତି ଦିଲ୍ଲୀପ ରାୟ। ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପଙ୍କୁ ସମର୍ଥନ କରିଥିଲେ ସୌଭିକ। ଦିଲ୍ଲୀପ ରାୟଙ୍କ ଏହି ଭେଟ ରାଜନୈତିକ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କଟକ ବାରବାଟୀ ବିଧାୟକ ସୌଭିକ ବିଶ୍ୱାଳ ଏବଂ ତାଙ୍କ ପରିବାର ସହିତ ଦିଲ୍ଲୀପ ରାୟଙ୍କ ଏହି ଆଲୋଚନା ଭବିଷ୍ୟତରେ ରାଜନୈତିକ ମୋଡ ବଦଳାଇବାର ସମ୍ଭାବନା ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ