ଆଜି ବିଶ୍ୱ ପ୍ରେସ୍‍ ସ୍ୱାଧୀନତା ଦିବସ

ଆସିକା  (ୱାଇଏନ୍‍ଏସ୍‍): ପ୍ରେସ୍‍ ସ୍ୱାଧୀନତାର ଗୁରୁତ୍ୱ ପ୍ରତି ଜନସଚେତନତା ସୃଷ୍ଟି ତଥା ସାମ୍ବାଦିକମାନଙ୍କୁ ସେମାନଙ୍କ ସାହସିକ ଉଦ୍ୟମ ନିମନ୍ତେ ସମ୍ମାନ ଜଣାଇବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ମେ ମାସ ୩ ତାରିଖରେ ବିଶ୍ୱ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ । ଗଣତନ୍ତ୍ରକୁ ମଜଭୁତ୍‍ କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ଏକ ସଫଳ ଗଣତନ୍ତ୍ର ପାଇଁ ଏକ ସ୍ୱାଧୀନ ଗଣମାଧ୍ୟମ ନିତାନ୍ତ ଅପରିହାର୍ଯ୍ୟ । ବିଶ୍ୱ ପ୍ରେସ୍‍ ସ୍ୱାଧୀନତା ଦିବସ ସାମ୍ବାଦିକମାନଙ୍କର ସୁରକ୍ଷା ଓ ସମ୍ମାନର ଏକ ପ୍ରମୁଖ ବିଷୟ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଗଣମାଧ୍ୟମ ସଦାସର୍ବଦା ଗଣତାନ୍ତ୍ରିକ ମୂଳଦୁଆକୁ ଶକ୍ତିଶାଳୀ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଶ୍ୱ ସ୍ୱାଧୀନତା ଦିବସ କେବଳ ଏକ ସ୍ମରଣୀୟ ଦିନ ନୁହେଁ ବରଂ ଏହା ଏକ ଆହ୍ୱାନ ଯେଉଁଠାରେ ସାମ୍ବାଦିକମାନେ ବିନା ଭୟ ଓ ପକ୍ଷପାତିତା ଏବଂ ବିନା ସଙ୍କୋଚରେ ସତ୍ୟକୁ ସାମ୍ନାକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ମେ ମାସ ୩ ତାରିଖ ସାମ୍ବାଦିକତାର ସ୍ୱାଧୀନତା ପାଇଁ ଦିନଟିଏ । ଏହି ଦିବସରେ ପ୍ରେସ୍‍ ଓ ସାମ୍ବାଦିକଙ୍କ ସ୍ୱାଧୀନତାକୁ ସମ୍ମାନ ଦେବା ସହ ସାମ୍ବାଦିକ ମାଧ୍ୟମର ମହତ୍ୱକୁ ସ୍ମରଣ କରାଯାଇଥାଏ । ପ୍ରେସ୍‍ ସ୍ୱାଧୀନତା ହେଉଛି ଏକ ମୂଳ ଅଧିକାର । ଯାହା ସତ୍ୟ ଓ ବସ୍ତୁନିଷ୍ଟ ସୂଚନା ଏବଂ ତଥ୍ୟ ପ୍ରଦାନ କରିବାର ଅଧିକାର ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ