ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ
ଛତ୍ରପୁର, (ଓ୍ବାଇଏନଏସ) : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଂକୁଳର ଛଅଟି ବିଦ୍ୟାଳୟର (ରମ୍ଭା,ଗଞ୍ଜାମ, ନରେନ୍ଦ୍ରପୁର, ଗୋପାଳପୁର, ଭଞ୍ଜବିହାର ଓ ଛତ୍ରପୁର) ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି l ମୁଖ୍ୟଅତିଥି ଭାବରେ ଶିକ୍ଷା ବିକାଶ ସମିତିର କୋଷାଧକ୍ଷ ସତ୍ୟନାରାୟଣ ପଟ୍ଟନାୟକ ଦୀପ ପ୍ରଜ୍ଜୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶିକ୍ଷା ବିକାଶ ସମିତିର ଶିଶୁ ବାଟିକା ସଂଭାଗ ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ ସହଯୋଗ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିଲେ। ପରିଚାଳାନା ସମିତିର ସଭାପତି ପଦ୍ମଚ଼ରଣ ସାହୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସଂକୁଳ ପ୍ରମୁଖ ଡ଼ଃ ଜେ.କୁର୍ମା ରାଓ ,ସଦସ୍ୟ ରାମପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର, ସଂକୁଳର ପ୍ରଧାନାଚାର୍ଯ୍ୟ ମାନଙ୍କ ମଧ୍ୟରେ ଶ୍ରୀଧର ପ୍ରଧାନ, M ଲିଙ୍ଗରାଜ ରେଡ୍ଡୀ ,ତ୍ରିନାଥ ନାୟକ, ସୁଶ୍ରୀ ଅନୀତା ପାତ୍ର ,ଦଣ୍ଡପାଣି ସାହୁ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ୧୦୫ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷାର୍ଥୀ ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷା ବିକାଶ ସମିତି ପକ୍ଷରୁ ଆୟୋଜିତ ଭାରତୀକୃଷ୍ଣ ଗଣିତ ପ୍ରତିଭାରେ ସାରା ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରଥମ ଦଶଜଣ ଶିଶୁ ମଧ୍ୟରେ ଆମ ବିଦ୍ୟାଳୟର ଗୌରବ ଅର୍ଜନ କରିଥିବା ୭ମ ଶ୍ରେଣୀର ଛାତ୍ର ମହେଶ୍ବର ସ୍ୱାଇଁ ଓ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ଫାଳଫଳରେ A1 ପାଇ ଥିବା ଅଙ୍କିତ କୁମାର ଆଚାର୍ଯ୍ୟ ଓ କୋମଲ କିରଣ ପୁରୋହିତଙ୍କୁ ସମ୍ମାନିତ କରାଯାଇଥିଲ । ସୂଚନା ଅନୁସାରେ ଏହି ପ୍ରଶିକ୍ଷଣ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲିବ।


