ବୀରଭାସ୍କର ଏସ୍.ଟି.ମୋର୍ଚ୍ଚାର ସଭାପତି ମନୋନୀତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଜନଜାତି (ଏସ୍.ଟି.)ମୋର୍ଚ୍ଚାର ସଭାପତି ଭାବେ ବୀରଭାସ୍କର ପାଇକ ମନୋନୀତ ହୋଇଛନ୍ତି। ସେ ପୂର୍ବରୁ ଆର୍.ଉଦୟଗିରି ବ୍ଲକର ମହେନ୍ଦ୍ରଗଡ ପଂଚାୟତର ସରପଂଚ ରୂପେ ସୁନାମ ଅର୍ଜନ କରିଛନ୍ତି। ଜଣେ ଭାରତୀୟ ଜନତା ପାର୍ଟିର ଶ୍ରୁଂଖଳିତ କର୍ମୀ ହିସାବରେ ସେ ଏହି ପଦବୀ ଲାଭ କରିଛନ୍ତି।ସେ ଏଥିପାଇଁ ରାଜ୍ଯ ଜନଜାତି ମୋର୍ଚ୍ଚାର ସଭାପତି କାନ୍ଦ୍ରା ସୋରେନ୍,ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତଥା ଗଜପତି ଜିଲ୍ଲାର ସମସ୍ତ ବିଜେପି କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।


