ବିହାରରୁ କାକଟପୁର ମଦ୍ରାସାକୁ ଶିଶୁ ଚାଲାଣ ପଛର କଣ ରହସ୍ୟ

ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ) :ବିହାରରୁ ଆଣି କାକଟପୁରରେ ପାଠ ପଢା ନାଁରେ ଦିଆଯାଉଥିଲା ନିର୍ଯାତନା ପୁରୀ ଜିଲ୍ଲା କାକଟପୁର କଟକଣାରେ ଏଭଳି ଚାଲିଥିଲା ମଦ୍ରାସା । ନିର୍ଯାତନା ସହି ନପାରି ଫେରାର୍ ହୋଇଯାଇଥିବା ୩ଜଣ ନାବାଳକ ଶିଶୁଙ୍କୁ ଚାରିଛକ ଅଂଚଳରୁ ଧରାପଡ଼ିବା ପରେ ଏଭଳି ଏକ ମଦ୍ରାସାର ମୁଖା ଖୋଲିଛି । କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେଇ ଉଦ୍ଧାର ଶିଶୁଙ୍କୁ ପୁଣି ଥରେ ମାଦ୍ରାସାକୁ ଫେରାଇ ଦେଇଥିଲେ କାକଟପୁର ପୁଲିସ । ପୁରୀ ଶିଶୁ ମଙ୍ଗଳ ସମିତି(ସିଡବ୍ଲୁସି) ଗଣମାଧ୍ୟମରୁ ଖବର ପାଇ ନିଜଆଡୁ ମାମଲା ଗୁଜୁ କରିବା ସହ ଥାନା ଆଇଆଇସିଙ୍କୁ ରିପୋର୍ଟ କରିବା ପରେ କାକଟପୁର ଥାନା ପୁଲିସ ନାବାଳକ ଶିଶୁ ଓ ମଦ୍ରାସା ଦାୟିତ୍ବରେ ଥିବା ଶିକ୍ଷକ ସେଖ୍ ମୁସ୍କା ହାସନଙ୍କୁ ନେଇ ପୁରୀ ଶିଶୁ ମଙ୍ଗଳ ସମିତି(ସିଡବ୍ଲୁସି)ରେ ହଜାର କରିଥିଲେ । ଏହି ଘଟଣାରେ ସିଡବ୍ଲୁସି ବିଚାରକରି କାକଟପୁର ଥାନା ଆଇଆଇସିଙ୍କ ସମେତ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛି ୧୫ ଦିନ ମଧ୍ୟରେ ଅଧିକାରୀମାନେ ରିପୋର୍ଟ ଦେବେ ଜିଲ୍ଲା ଶିକ୍ଷାଧିକାରୀ ସମ୍ପୃକ୍ତ ମଦ୍ରାସାର ସ୍ଥିତି ଯାଞ୍ଚ କରିବା ସହ କାକଟପୁର ଥାନା ପୋଲିସ ମଧ୍ୟ ଏହି ଅଂଚଳରେ କେତେଟି ମଦ୍ରାସାର ଅଛି ତାହାର ସମ୍ପୂର୍ଣ ବିବରଣୀ ଦେବେ । ତେବେ କାକଟପୁର ଅଞ୍ଚଳରେ କେତୋଟି ମଦ୍ରାସା ବିନା ପଞ୍ଜିକରଣରେ ଚାଲୁଥିଲା ସେ ବିଷୟରେ ସ୍ଥାନୀୟ ପ୍ରଶାସନ ପାଖରେ ଖବର ନଥିଲା ନା ସବୁ ଜାଣି ନଜାଣିଲା ଭଲି ପ୍ରଶାସନ ଥିଲା । ଆଜି ଏଭଳି ଘଟଣା ଘଟିଲା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିଦ ଭାଙ୍ଗିଛି । ତେବେ କାକଟପୁର କଟକଣାର ଅନସାରୀ ମହଲ ଠାରେ ସାବେଲ-ଉର-ରସିଦ ନାମରେ ଏକ ମାଦ୍ରାସା ୨୦୨୨ମସିହାରୁ ଚାଲିଥିଲା ହେଲେ ଏ ବାବଦରେ ସ୍ଥାନୀୟ ପ୍ରଶାସନ ପାଖରେ କିଛି ଖୋଜ ଖବର ନଥିଲା । ଗତ ୪ ତାରିଖ ରାତିରେ ଏହି ମଦ୍ରାସାରୁ ଲୁଚି ପଳାଇଥିବା ୩ ଜଣ ନାବାଳକ ଛାତ୍ର ଚାରିଛକ ଅଞ୍ଚଳରୁ ଉଦ୍ଧାର ହେବା ପରେ ଘଟଣା ସମ୍ମନକୁ ଆସିଲା । କାକଟପୁର ପୋଲିସ ଘଟଣାର ତଦନ୍ତ କରି ମଦ୍ରାସା ଦାୟିତ୍ବରେ ଥିବା ଶିକ୍ଷକଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲେ ଶିକ୍ଷକ ଙ୍କ କହିବା ଅନୁସାରେ ତାଙ୍କ ପାଖରେ ମଦ୍ରାସା ର ସମ୍ପୃଣ ପଞ୍ଜିକରଣ କାଗଜପତ୍ର ଅଛି ସେସବୁ କୁ ସିଡବ୍ଲୁସିଙ୍କ ପାଖରେ ପୈଇଠ କରିବେ ବୋଲି ଜଣା ପଡ଼ିଛି । ତେବେ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ ବୋଲି ପୁରୀ ସିଡବ୍ଲୁସି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ କହିଛନ୍ତି । ଏ ସଂପର୍କରେ ମଦ୍ରାସା ଦାୟିତ୍ବରେ ଥିବା ଶିକ୍ଷକ ସେଖ୍ ମୁସ୍କା ହାସନ କହିଛନ୍ତି ମଦ୍ରାସାରେ କୌଣସି ପିଲାଙ୍କୁ ନିର୍ଯାତନା ଦିଆଯାଏ ନାହିଁ। ସ୍ଥାନୀୟ ବାସିନ୍ଦାଙ୍କ ଦାନ ଅର୍ଥରେ ଏହି ମଦ୍ରାସା ଚାଲୁଛି। ଏଠାରେ ଏବେ ପ୍ରାୟ ୪୦ରୁ ଅଧିକ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି । ତେବେ ବିହାରରୁ ଶିଶୁ ମାନଙ୍କୁ କାକଟପୁର ମଦ୍ରାସାକୁ ଆସିବା ପଛରେ କଣ ରହିଛି ରହସ୍ୟ ତାହା ତଦନ୍ତ ପରେ ଜଣାପଡ଼ିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ