ଶିଶୁ ଅଧିକାର, ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଶିଶୁ ଅଧିକାର, ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଓଡ଼ିଶା ପୋଲିସ ମହା ନିର୍ଦେଶକ ଏହି କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ସଂଯୋଜନାରେ ଅପରାହ୍ନ ୪ଟା ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଭିନ୍ନ ଅଙ୍ଗନବାଡିର କର୍ମୀ, ସ୍ଥାନୀୟ ଆଖପାଖ ଅଞ୍ଚଳରୁ ଅନେକ ସଂଖ୍ୟାରେ କିଶୋରୀ, ମହିଳା ସଂଗଠନର ସଦସ୍ୟା ଯୋଗଦେଇଥିଲେ। ସରକାରଙ୍କ ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ୧୪ରୁ ୧୬ବର୍ଷର ବୟସର କିଶୋରୀ ମାନଙ୍କୁ ବିଭିନ୍ନ ପ୍ରକାରର ସଚେତନତା କରାଯାଇଥିଲା l ପ୍ରଜେକ୍ଟର ସ୍କ୍ରିନ୍ ଦ୍ୱାରା ଏକ ସଚେତନତାପୂର୍ଣ୍ଣ ଛୋଟ ଫିଲ୍ମ ମାଧ୍ୟମରେ ଉପସ୍ଥିତ ନାବାଳିକା ଓ ଯୁବତୀ ମାନଙ୍କୁ ସଚେତନ କରାଯାଇଥିଲା l ଶିଶୁ ମାନଙ୍କ ଅଭିଯୋଗ ଶୁଣାଣୀ ଦାୟିତ୍ୱରେ ଥାନାର ସୁଷମା ସୁନ୍ଦରୀ ସେଠୀ ଥିବାବେଳେ ସେ ଉପସ୍ଥିତ ନାବାଳିକା ଓ ଯୁବତୀଙ୍କୁ ଭିନ୍ନ ଭିନ୍ନ ବାର୍ତ୍ତା ମାଧ୍ୟମରେ ସଚେତନ କରିଥିଲେ l ଉପସ୍ଥିତ ସମସ୍ତ ନାବାଳିକା, ଯୁବତୀ ମହିଳା ଓ ଅଙ୍ଗନବାଡ଼ି କର୍ମୀ ଥାନା ଭିତରର ସମସ୍ତ କୋଠରୀର କାର୍ଯ୍ୟ ସମ୍ପର୍କରେ ବୁଲି ଦେଖିବା ସହ ନିର୍ଭୟରେ ଅଭିଯୋଗ କରିବାର ଶୈଳୀ ବାବଦରେ ବୁଝିଥିଲେ। ଏଥିରେ ଆମ ପୁଲିସ ସମିତିର ସଦସ୍ୟ ଟୁଟୁ ଦକ୍ଷିଣରାୟ, ଥାନା ଇନ୍ସପେକ୍ଟର ବଳିଆ ବାରିକ, ଏସଆଇ ବିନୀତା ଲାକ୍ରା, ଏଏସଆଇ ସୁଷମା ସୁନ୍ଦରୀ ସେଠୀ, ଜମ୍ବୁବତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ କନେଷ୍ଟବଳ ଜୟକୃଷ୍ଣ ଦାସ, ଲକ୍ଷ୍ମୀପ୍ରିୟା ବଳ, ଗୃହରକ୍ଷୀ ସାରଦା ପ୍ରସନ୍ନ ଜେନା, ନିତ୍ୟାନନ୍ଦ ପୃଷ୍ଟି, ସନ୍ଦୀପ କୁମାର ସାହୁ, ଜିତେନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l


