ରାଷ୍ଟ୍ରୀୟ ଲୋକ ଅଦାଲତ
ଛତ୍ରପୁର,(ଓ୍ବାଇଏନଏସ) : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଚଳିତ ବର୍ଷ ର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ପ୍ରଦୀପ କୁମାର ସାମଲ , ସିନିୟର ସିଭିଲ ଜଜ୍ ପୂଜା ଦେ , ଏସଡିଜେଏମ ବିଷ୍ଣୁ ପ୍ରିୟା ସାମନ୍ତରାୟ ଓ ଜେଏମଏଫସି ସ୍ଵାଗତିକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ୧୯ଟି କେସ ର ଫଇସଲା କରି ମୋଟ ୩ଲକ୍ଷ ୮୫୦ଟଙ୍କା ଆଦାୟ କରିବା ନିମନ୍ତେ ନିର୍ଦେଶ ଦେଇଛନ୍ତି l ଏଥିରେ୨ଟି ଅନ୍ୟାନ୍ୟ ସିଭିଲ ମାମଲା ରେ ୪୫ ହଜାର ଟଙ୍କା, ୨ ବ୍ୟାଙ୍କ ମାମଲାରେ ୨ଲକ୍ଷ ୫୫ହଜାର ୮୫୦ ଟଙ୍କା ଆଦାୟ ହୋଇଥିଲା l ଏହା ସହିତ ୩ଟି କ୍ରିମିନାଲ କମ୍ପାଉଣ୍ଡବେଲ ୧୧ ଟି କ୍ରିମିନାଲ ଏବଂ ଗୋଟିଏ କ୍ରିମିନାଲ ଅପିଲ ମାମଲା ର ଫଇସଲା ହୋଇଛି l ଲୋକ ଅଦାଲତ ବେଞ୍ଚ ମେମ୍ବର ଗୋକୁଳ ଚନ୍ଦ୍ର ପଣ୍ଡା,ଆଡିସନାଲ ପିପି ନିହାର କୁମାର ଜେନା, ସରକାରୀ ଓକିଲ ପ୍ରଦୀପ କୁମାର ପାଢ଼ୀ ଓ ଗଙ୍ଗାଧର ପଣ୍ଡା, ଆଇନଜୀବି ଏସ ଶ୍ୟାମ କୁମାର ଓ ସୁମିତ କୁମାର ସାହୁ ଙ୍କ ସମେତ ବହୁ ଆଇନଜିବୀ ମାନେ ମାମଲା ଗୁଡିକର ପରିଚାଳନା କରିଥିଲେ ।


