ମାତୃତ୍ବ ଦିବସ ପାଳିତ

ବାଲେଶ୍ବର(ସରୋଜ ପଣ୍ଡା): ମା’ ଶଦ୍ଦରେ ଅଛି ମଧୁରତା ଅମୃତର ସ୍ବାଦ । ଯିଏ ହାତ ଧରି ଚାଲିବା ଶିଖାଏ ଝୁଣ୍ଟି ପଡିଲେ ହାତରେ ତୋଳି ଧରେ ସେ ମା’ । ମା’ ପାଇଁ ତ ଏ ଗୋଟିଏ ଦିନ କମ । ୩୬୫ ଦିନ ଯିଏ ପରିବାର କଥା ଭାବେ ଯାବତ୍ୟ ଜଞ୍ଜାଳ ଭିତରେ ତା ପଣତ କାନିରେ ସନ୍ତାନକୁ ଘୋଡାଇ ରଖେ ସେ ହିଁ ମାଆ । ଆଜି ବିଶ୍ବ ମାତୃତ୍ବ ଦିବସ। ଏହି ଅବସରରେ “ଦେବଦୀପ ଫାଉଣ୍ଡେସନ” ତରଫରୁ ବାଲେଶ୍ବର ଉତ୍କଳ ବାଳାଶ୍ରମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ଅଧ୍ୟକ୍ଷା ରଶ୍ମିରେଖା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକା ସୁମନା ପରିଡା ଯୋଗଦେଇ ଶକ୍ତିର ସମଷ୍ଟି ସେ । ତ୍ୟାଗ ଓ ତପସ୍ୟାର ପ୍ରତୀକ । ଜୀବନରେ ଜିତିବା ହାରିବାର ମିଶାଣ ଫେଡାଣ ସେ ମାଆ ପାଇଁ ଗୋଟିଏ ଦିନ କମ୍ । ତା ପାଇଁ ତ ସବୁଦିନ ଆମେ ମାତୃତ୍ବ ଦିବସ ପାଳନ କରିବା ଦରକାର।ଏହି କାର୍ଯ୍ୟକ୍ରମ ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ସତ୍ୟ ରଂଜନ ଦାସ,ପୂର୍ବତନ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ବିଭୁଦତ୍ତ ପରିଡା,ସମାଜସେବୀ ଅଭିଲିପ୍ସା ସାହୁ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବାଳାଶ୍ରମର ୫ଜଣ ହାଉସ ମଦରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବାଳାଶ୍ରମର ଅନ୍ତେବାସୀଙ୍କ ପାଇଁ ଏହି ହାଉସ ମଦରଙ୍କ ଅବଦାନକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ