୫ବର୍ଷ ହେଲା ହେଉନାହିଁ ରାସ୍ତା ମରାମତି : ଜନ ଅସନ୍ତୋଷ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ):ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର କଟକିନାଳ ଠାରୁ ପୁରୁଣା ବସଷ୍ଟାଣ୍ଡ ରାସ୍ତା ପାଞ୍ଚ ବର୍ଷହେବ ମରାମତି ହୋଇ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଉଭୟ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ  ଯାଇଥିବା ଆର୍‌ଡି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି।କାର୍ଯ୍ୟ ଆରମ୍ଭରୁ ଆଜିଯାଏ ପିଚୁପଡିବା ପରେ ଥରଟିଏ ମଧ୍ୟ ରକ୍ଷଣ ବ୍ୟକ୍ଷଣ ନାହିଁ। ବଡ଼ ବଡ଼ ସାଇଜରେ ମେଟାଲ ବାହାରି ପଡିଥିବାରୁ ଲୋକେ ଚାଲିକି ଯିବା ପାଇଁ ହେଉ ନଥିବାରୁ ସ୍ଥାନୀୟ ଜନସାଧାରଣ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ମରାମତି ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଏବଂ ଠିକା ସଂସ୍ଥାର କେହି କର୍ମଚାରୀ ତଦାରଖ  କରିନଥିବାରୁ କାମ ଏପରି ହେଉଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ  ରାତିରେ କଣ ଦିନରେ ଯାତାୟାତ ସମୟରେ ଦୁର୍ଘଟଣା ଘଟି ଆହତ ହେଉଛନ୍ତି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରୁଛନ୍ତି ।  ଏହିରାସ୍ତା କଟକୀ ନାଳ ଗ୍ରାମଛକ ଠାରୁ ଦେବଗିରି ପାହାଡ଼ ଦେଈ ପୁରୁଣା ବସଷ୍ଟାଣ୍ଡକୁ  ସଂଯୋଗ ହେଉଥିବରୁ ଲୋକେ ଯାତାୟାତ ରେ ଅସୁବିଧା ହେଉଛନ୍ତି। ବହୁବାର ଲିଖିତ ଅଭିଯୋଗ ପରେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଏଣୁ ଜିଲ୍ଲାପାଳ ଦୃଷ୍ଟି ଦେଈ ବିଭାଗ ଅଧିକାରୀଙ୍କୁ ମରାମତି କରିବା ପାଇଁ ନିର୍ଦେଶ ଦେବା ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ