କାଳଞ୍ଜି ସମାଜର ପ୍ରଶିକ୍ଷଣ ଶିବିର
କୋଦଳା, (ବାପୁନି କୁମାର ମାଲୁ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ଦିନ ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ସମାଜର କର୍ମକର୍ତ୍ତା ମାନେ ପ୍ରଥମେ କୁଳ ଦେବତାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୟୁଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଅଞ୍ଚଳ ପରିଷଦ ସଭାପତି ଯୋଗିନ୍ଦ୍ର ବିଷୋୟୀ, ଉପ ସଭାପତି ମହେଶ୍ୱର ଭୂୟାଁ, କେନ୍ଦ୍ର ପରିଷଦ ର ସମ୍ପାଦକ ନୀଳାଞ୍ଚଳ ପୋଲାଈ,ଅଞ୍ଚଳ ପରିଷଦ ସଂପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ, ଅଞ୍ଚଳ ପରିଷଦ ସଂଗଠକ ସଂପାଦକ ମନୋଜ କୁମାର ପ୍ରଧାନ, କୋଷାଧକ୍ଷ ପ୍ରଭାକର ନାହାକ, ଉପଦେଷ୍ଟା ନୀଳାଞ୍ଚଳ ସ୍ଵାଇଁ, ମୁଖ୍ୟ ସଂଗଠକ ଗୌରୀ ଶଙ୍କର ସୁମନ୍ତରାୟ ଙ୍କ ସମେତ ବିଭିନ୍ନ କୁଳ କମିଟି ର କର୍ମକର୍ତ୍ତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଆଦି ପ୍ରଦାନ କରାଯାଇ ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ କାଳଞ୍ଜି ସମାଜର ଏତ୍ୟିହ, ପରମ୍ପରା ଏବଂ ସାଙ୍ଗଠନିକ ଦିଗ, କୂଳ ର ସମ୍ଭିଧାନିକ ନୀତି ନିୟମ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏଥିରେ ନୂଆଗଡ ମଣ୍ଡଳ ଏବଂ ସମସ୍ତ କୁଳ କମିଟିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏଥିରେ ନୂଆଗଡ, ମର୍ଦ କୋଟ, ଗୋପୀନାଥ, ଆଠଗଡ଼ପଲ୍ଲୀ ଓ ଝଡ଼େଶ୍ୱର କର୍ମକର୍ତ୍ତା ମାନେ ଉପସ୍ଥିତ ରହିବା ସହ ପ୍ରଶିକ୍ଷଣ ନେଇଥିଲେ ।


