ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ

ବାଲେଶ୍ବର(ସରୋଜ ପଣ୍ଡା): ରେମୁଣା ନିର୍ବାଚନ ମଣ୍ଡଳୀର ବାଘାଯତୀନ ମଣ୍ଡଳରେ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଅନୁଷ୍ଠିତ ହୋଇଅଛି। ମଣ୍ଡଳ ସଭାପତି ଉମାକାନ୍ତ ଜେନା ଏବଂ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶୁଭସ୍ମିତା ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁସ୍ମିତା ପଣ୍ଡା, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଚିତ୍ତରଞ୍ଜନ ପଣ୍ଡା,  ଜିଲ୍ଲା ଉସଭାପତି ସୁକୁମାର ଦାସ, ଜିଲ୍ଲା ସମ୍ପାଦିକା ରବିତା ଦାସ,  ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ସମୟ ଟୁଡୁ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରି ମା’ ମାନଙ୍କ ଅଧିକାରରେ କଣ୍ଟା ସାଜିଥିବା ଉଭୟ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସ ଙ୍କୁ ବିରୋଧ ଉଦ୍ଦେଶ୍ୟରେ ଆୟୋଜିତ ଏହି ପଦଯାତ୍ରା ସରସ୍ୱତୀପୁର ପଞ୍ଚାୟତର ସମଲପୁର ଶିବ ମନ୍ଦିର ଠାରୁ ଆରମ୍ଭ ହୋଇ ନୂଆସାହି ଛକ ବାସନ୍ତୀ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ବିରୋଧୀ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ, ବିଜେଡିର ନବୀନ ପଟ୍ଟନାୟକଙ୍କ ସମେତ ମମତା ବାନାର୍ଜୀ ଙ୍କ କୋଷପୋତ୍ତଳିକା ଦାହ କରାଯାଇଥିଲା। ଆମ ସମାଜରେ ସର୍ବଦା ନାରୀ ପୂଜନ ଓ ନାରୀ ବନ୍ଦନର ବାର୍ତ୍ତା ଦେବା, ପ୍ରକୃତିକୁ ମା‘ର ସ୍ଥାନ ଦେବା ଏବଂ ରାଷ୍ଟ୍ରକୁ ମାତା ବୋଲି ସମ୍ବୋଧନ କରାଯାଉଥିବା ବେଳେ ଦେଶର ସରକାର ବିରୋଧୀ ରାଜନୈତିକ ଦଳ ମାନଙ୍କ ମାତୃ ବିରୋଧୀ ଆଚରଣ ଅତ୍ୟନ୍ତ ନିନ୍ଦନୀୟ। ଆଜି ସେହି ନାରୀବିରୋଧୀ ଦଳ ବିରୁଦ୍ଧରେ ସାରା ଦେଶର ନାରୀଶକ୍ତି ଜାଗ୍ରତ ହୋଇଛନ୍ତି । ସେମାନଙ୍କ ଏହି ମହିଳା ବିରୋଧୀ ଆଚରଣ ପାଇଁ ରାଜ୍ୟ ତଥା ଦେଶର ମା-ଭଉଣୀମାନେ ସେମାନଙ୍କୁ କେବେ ବି କ୍ଷମା ଦେବେ ନାହିଁ ବୁଲି ବିଧାୟକ ଶ୍ରୀ ଦାସ କହିଥିଲେ।  ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, ମଣ୍ଡଳ ସାଧାରଣ ସମ୍ପାଦକ କମଲ ଲୋଚନ ପ୍ରଧାନ, ବିପିନ ମାରାଣ୍ଡି, ସରପଞ୍ଚ ଝରଣା ମହାନ୍ତି, ରମା ମଣୀ ସେନାପତି, ସମିତି ସଭ୍ୟ ତ୍ରିଲୋଚନ ପ୍ରଧାନ, ମିନାକ୍ଷୀ ମହାପାତ୍ର, ଅଜୟ ଦାସ, ଗଜେନ୍ଦ୍ର ସେଠୀ, କାର୍ତ୍ତିକ ମହାନ୍ତି, ବିଜୟ କୁମାର ପଲେଇ, ରଶ୍ମି ରଞ୍ଜନ ରାଉତ, ମାନସ କୁମାର ପଣ୍ଡା, ବାସନ୍ତୀ ଦାସ, ଚନ୍ଦ୍ରମଣି ମହାପାତ୍ର ଇତ୍ୟାଦି ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ