ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): କ୍ରିକେଟ ଖେଳୁଥିବା ବେଳେ ହଠାତ ବଜ୍ରାଘାତ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟ ହୋଇଥିବା ସୂଚନା ମିଳିଛି. ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ସୁଲୁବା ଗାଁରେ l ଗାଁରେ କିଛି ଯୁବକ କ୍ରିକେଟ ଖେଳିବା ପାଇଁ ଗାଁ ନିକଟ ଏକ ପଡିଆକୁ ଯାଇଥିଲେ l ହଟାତ ପ୍ରବଳ ବର୍ଷା ସହ ଘଡଘଡି ଶବ୍ଦ ହେବାରୁ ଲୋକମାନେ ପଡିଆ ଠାରୁ ଗାଁକୁ ଫେରୁଥିଲେ l ହଟାତ ଗାଁର ପୁରୁଷତ୍ତମ ବେହେରଦଳାଇଙ୍କ ଏକମାତ୍ର 28 ବର୍ଷୀୟ ପୁତ୍ର ଜୟନ୍ତ କୁମାର ବେହେରଦଳାଇଙ୍କୁ ହଟାତ ବଜ୍ରାଘାତ ହୋଇଥିଲା l ଘଟଣା ସ୍ଥଳରେ ଜୟନ୍ତ ଅଚେତ ହୋଇପଡ଼ିଥିଲେ l ଗାଁର କିଛି ଯୁବକ ତାଙ୍କୁ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ l ତେବେ ଡ଼କ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ତେବେ ତାଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ସମ୍ପର୍କୀୟ ଲୋକେ ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି, ତେବେ ଘଟଣା ସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ କୁମାର ସେଠୀ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛନ୍ତି l


