ରାଇଜିଙ୍ଗ ଷ୍ଟାର କ୍ଲବର ବାର୍ଷିକ ଉତ୍ସବ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ପ୍ରତି ବର୍ଷ ଭଳି ଚଳିତ ବର୍ଷ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନଇଁଗୁଅଁ ଗ୍ରାମରେ ରାଇଜିଙ୍ଗ ଷ୍ଟାର କ୍ଲବ ଆନୁକୂଲ୍ୟରେ ସ୍ବର୍ଗତ ମହେନ୍ଦ୍ର ପ୍ରଧାନ ସ୍ମୃତି ଉଦ୍ୟସ୍ୟରେ ଆଡମ୍ବରରେ ୩୮ତମ ବାର୍ଷିକ ଉତ୍ସବ ଉଦ୍ଘାଟନ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତ୍ତନ ବିଧାୟକ ସୁରେନ୍ଦ୍ର ସେଠୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟିତ କରିଥିଲେ ।ଏହି ଅବସରରେ ମୁଖ୍ୟ ବକ୍ତା ଭାବେ କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ସମ୍ମାନିତ ଅତିଥି ଭାବେ ବ୍ଲୁ ବେରୀ କମ୍ପାନୀର ଅଧିକାରୀ ଦେବୀପ୍ରସାଦ ପରିଡାଙ୍କ ସହିତ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଦୀକ୍ଷିତ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଗ୍ରାମାଞ୍ଚଳରେ କଳା, ସଂସ୍କୃତିକୁ ଉଜୀବିତ୍ତ କରିବା ପାଇଁ କ୍ଲବ ପକ୍ଷରେ କ୍ଲବର ସଦସ୍ୟ ମାନଙ୍କ ଦ୍ୱାରା ଦୁଇଦିନିଆ ନାଟକ ପରିବେଷଣ କରାଯାଇଥିଲା, ଆଖପାଖ ଗ୍ରାମର ହଜାର ହଜାର ଦର୍ଶକ ନାଟକକୁ ଉପଭୋଗ କରିଥିଲେ ।କ୍ଲବର ଉପଦେଷ୍ଟା କେଦାରନାଥ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ, ଉତ୍ସବକୁ କ୍ଲବର ବରିଷ୍ଠ ସଦସ୍ୟ ଜୟନ୍ତ ତ୍ରିପାଠୀ,ତପନ ମଲ୍ଲ,ଅନିରୂଧ ତ୍ରିପାଠୀ,ରବୀନ୍ଦ୍ର ବିଶ୍ୱାଳ,ଅଶୋକ ବିଶ୍ୱାଳ,ସୁଶାନ୍ତ ତ୍ରିପାଠୀ,ବିକାଶ ତ୍ରିପାଠୀ,ଦେବେନ୍ଦ୍ର ପ୍ରଧାନ,ଉତ୍କଳ କେଶରୀ ପ୍ରଧାନ,ପ୍ରଦୀପ୍ତ ବିଶ୍ୱାଳ,ରୋହିତ ମଲ୍ଲଙ୍କ ସହିତ କ୍ଲବର ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଏହି ଉତ୍ସବ ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ