ପେଟ୍ରୋଲ ଓ ଡିଜେଲ ସମସ୍ୟା ଯୋଗୁଁ ଚିନ୍ତାରେ ଅଟୋ ଚାଳକ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ଖରା ରେ ସିଜୁଛି ଜୀବିକା । ଡହ ଡହ ଖରାରେ ଗ୍ରାହକ ଙ୍କୁ ଅପେକ୍ଷା କରି ରହିଲେ ମଧ୍ୟ ଭଡା ମିଳିବା କଷ୍ଟକର । ଆଉ ଏବେ ଦୁଃଖକୁ ଦ୍ବିଗୁଣିତ କରିଛି ପେଟ୍ରୋଲ ଓ ଡିଜେଲ ଓ ପ୍ରେଟ୍ରୋଲ ସମସ୍ୟା । ତେଲ ନ ମିଳିଲେ ଗାଡି ଗଡିବ କେମିତି, ଆଉ ପରିବାର ପେଟକୁ ଦୁଇ ମୁଠା କେମିତି ଯିବ। ଗ୍ରାହକ ଙ୍କୁ ଅଧିକ ଭଡା ମାଗିଲେ ମଧ୍ୟ ମୁହଁ ଫେରାଉଛନ୍ତି। ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳରେ ୩ଶହ ରୁ ଉର୍ଦ୍ଧ ଅଟୋ ଚାଳକ, ଅଟୋ ଚଲାଇଲେ ଚୁଲି ଜଳେ। ଏବେ ଆଶଙ୍କା ସଙ୍କଟରେ। ରୋଜଗାର ପ୍ରଭାବିତ। ଦୀର୍ଘ ଦୁଇ ବର୍ଷ ପାଖାପାଖି ହେବ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମକୁ ସରକାରୀ ବସ ଯାତାୟାତ କରୁଥିବାରୁ ଅଟୋ ଚାଳକ ରୋଜଗାର ଆଗଭଳି ଆଉ ନାହିଁ। ଅଟୋ ଅଛି କିନ୍ତୁ କେଉଁଠି ରାସ୍ତା କଡରେ ଠିଆ ହୋଇ ହୋଇ ଘରକୁ ଫେରୁଥିବା ବେଳେ ଅନେକ ଷ୍ଟାଣ୍ଡରେ ଗ୍ରାହକ ଙ୍କୁ ଅପେକ୍ଷା କରି କରି ଗୃହ କୁ ଫେରୁଛନ୍ତି। ସ୍ଥିତି ଏମିତି ହୋଇଯାଇଛି ଅନେକ ଅଟୋ ଚାଳକ ଅଟୋ ବିକ୍ରି କରି ଆୟର ଅଲଗା ପନ୍ଥା କଲେଣି। ସରକାରୀ ବସ ବିଭିନ୍ନ ଗାଁ କୁ ଯାତାୟାତ କରୁଥିବାରୁ ଅନେକ ଗ୍ରାହକ ଅଟୋ ରୁ ମୁହଁ ଫେରାଇ ନେଲଣି। ଅନ୍ୟ ପଟେ କିଛି ଦିନ ହେବ ଦୁଃଖ ଉପରେ ଦୁଃଖ ଭଳି ଏବେ ତେଲ ସଙ୍କଟ ଶହ ଦରବୃଦ୍ଧି ଅଟୋ ଚାଳକ ଙ୍କୁ ହରଡ଼ଗଣାରେ ପକାଇଛି। ଅସ୍ତରଙ୍ଗ ବ୍ଲକ ଅଂଚଳ ଅଟୋ ଚାଳକ ଅଜୟ ବେହେରା କହିଛନ୍ତି ତେଲ ଏବେ କିଛି ଦିନ ହେବ ମିଳୁନଥିବା ବେଳେ ଦର ମଧ୍ୟ ବୃଦ୍ଧି ପାଇଛି। ଦର ବଢ଼ାଇଲେ ଗ୍ରାହକ ହେଉନାହାନ୍ତି, ଆଉ ଦର କମାଇଲେ ପରିବାର କୁ ଅଣ୍ଟୁ ନାହିଁ। ଶେଷରେ ଅନେକ ଅଟୋ ବିକ୍ରି କରି ଛୋଟ ବଡ଼ କାର୍ଯ୍ୟରେ ନିୟୋଜିତ ହେଲେଣି। କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳରେ ପାଖାପାଖି ୩ଶହ ରୁ ଉର୍ଦ୍ଧ ଅଟୋ ରହିଛି, ଯାହା ଅଟୋ ରୁ ସେମାନଙ୍କ ଚୁଲି ଜଳେ। କିନ୍ତୁ ପାଖାପାଖି ୨ବର୍ଷ ହୋଇଯିବ ଅଟୋ ଚାଳକ ଆୟ ପ୍ରାୟ ୫୦ପ୍ରତିଶତ ଅଟୋ ଚାଳକ କହିଛନ୍ତି। ଏହା ସହ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଏମାନଙ୍କ ଅଣ୍ଟାକୁ ମଧ୍ୟ ଭାଙ୍ଗିଦେଇଛି। ଗୋଟିଏ ପଟେ ତେଲ ଅଭାବ ଅନ୍ୟ ପଟେ ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଳକ। ଟାଙ୍କିରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବାରୁ ଆବଶ୍ୟକ ମୁତାବକ ତେଲ ମିଳୁନଥିବାରୁ ସଠିକ ଭାବେ ବେପାର କରି ପାରୁନାହାନ୍ତି। ଯଦି କିଛି ଏକ୍ସଟ୍ରା ଟଙ୍କା ଦେବାକୁ ଗ୍ରାହକ କୁନ୍ତୁ କୁନ୍ତୁ। ଅଟୋ ଚାଳକ କାଳିଆ ବେହେରା କହିବା କଥା ଅନେକ ପମ୍ପ ରେ ଡିଜେଲ ମିଳୁନି ଏହା ସହ ଦର ବୃଦ୍ଧି ପାଇଛି ଭଡା ଅଧିକ କହିଲେ ଯେଉଁ ଗ୍ରାହକ ଆସୁଥିଲେ ମୁହଁ ଫେରାଉଛନ୍ତି। ଫଳରେ ରୋଜଗାର ପୁରାପୁରି ଏକଦମ୍ ଠପ୍। ସରକାରୀ ଵିଧି ବ୍ୟବସ୍ଥା ରେ କିଛି ସହଯୋଗ ନ ହେଲେ ଆଗାମୀ ଦିନରେ ପରିବାର ପାଇଁ ସମସ୍ୟା ହେବ ବୋଲି କହିଛନ୍ତି।


