ଚାଲିଛି ଡ଼ଙ୍ଗା ମରାମତି ଜାଲ ପ୍ରସ୍ତୁତି : ହେଲେ ମସ୍ଚ୍ୟଜୀବିଙ୍କ ଉପରେ କଟକଣା
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଂଚାୟତ ସାମୁଦ୍ରିକ ମସ୍ଚ୍ୟଜୀବି ମାନେ ମାଛଧରା ଉପରେ ଥିବା ଦୁଇ ମାସର କଟକଣା କୁ ଆଶୀର୍ବାଦ ଭାବେ ଗ୍ରହଣ କରିଛନ୍ତି । ଏହି କଟକଣା ମସ୍ଚ୍ୟଜୀବି ଙ୍କ ପାଇଁ ଏବେ ବରଦାନ ପାଲଟିଛି। ଦୁଇ ମାସ ମାଛଧରା ବନ୍ଦ ଯୋଗୁଁ ମସ୍ଚ୍ୟଜୀବି ମାନେ ଏହି ସମୟରେ ଡ଼ଙ୍ଗା ମରାମତି ଓ ମାଛଧରା ଜାଲ ପ୍ରସ୍ତୁତି କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଛନ୍ତି। ସମୁଦ୍ରରେ ଯାନ୍ତ୍ରିକ ଡ଼ଙ୍ଗାରେ ମାଛ ଧରୁଥିବା ମସ୍ଚ୍ୟଜୀବି ଙ୍କୁ ବାରଣ କରାଯିବା ଦ୍ୱାରା ଦୀର୍ଘ ୬୧ଦିନ (ଅପ୍ରେଲ ୧୫ରୁ ଜୁନ ୧୪)ସେମାନେ ରୋଜଗାର ହରାଇବା ପରିସ୍ଥିତି ସୃଷ୍ଟି ହୋଇଛି। ଅସ୍ତରଙ୍ଗ ବ୍ଲକ ଅଧୀନ ନଗର, ଆଳସାହି, ସହନ, ଝାଡ଼ଲିଙ୍ଗ ଅଂଚଳର ପାଖାପାଖି ୩୦ହଜାର ରୁ ଉର୍ଦ୍ଧ ମସ୍ଚ୍ୟଜୀବି ରହିଛନ୍ତି। ଅସ୍ତରଙ୍ଗ ବ୍ଲକ ନୂଆଗଡ ଜେଠି ନିକଟରେ ପାଖାପାଖି ୫୦ରୁ ଉର୍ଦ୍ଧ ଟ୍ରଲର ଓ ୫ଶହ ରୁ ଉର୍ଦ୍ଧ ଯାନ୍ତ୍ରିକ ଡ଼ଙ୍ଗା ରହିଛି। ମାଛଧରା କଟକଣା ଲାଗିଥିବାରୁ ମସ୍ଚ୍ୟଜୀବି ଙ୍କୁ ଆବଶ୍ୟକ ମୁତାବକ ପ୍ରୋତ୍ସାହନ ମିଳୁନଥିବାରୁ ଡ଼ଙ୍ଗା ଓ ଜାଲ ମରାମତି କାମରେ ନିଜକୁ ନିୟୋଜିତ ହୋଇ କିଛି ରୋଜଗାର କରିଥାଆନ୍ତି। ଏହି କଟକଣା ସମୟରେ ଯାନ୍ତ୍ରିକ ଡ଼ଙ୍ଗା ପ୍ରସ୍ତୁତିରେ ପ୍ରାୟ ୮୦ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ସେହିପରି ପୁରୁଣା ଡ଼ଙ୍ଗା ମରାମତି ୪୦ହଜାର ରୁ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ପ୍ରତ୍ୟେକ ମାଛ ଧରା ଡ଼ଙ୍ଗାର ଉପର ଓ ତଳ ଭାଗ ରଙ୍ଗ କରିବାକୁ ପଡିଥାଏ । ଏହି ରଙ୍ଗ ଦ୍ୱାରା ସମୁଦ୍ରରେ ଭାରତୀୟ ତଟ ରକ୍ଷକ ବାହିନୀ ଓ ନୌବାହିନୀ ଙ୍କୁ ଡ଼ଙ୍ଗା ଚିହ୍ନଟରେ ସହଜ ହୋଇଥାଏ। ଫଳରେ ବିଦେଶୀ ଡଙ୍ଗାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କୁ ପ୍ରତିହତ କରାଯାଇ ପାରିବ। ଓଡିଶା ସାମୁଦ୍ରିକ ଫିସିଂ ରେଗୁଲେସନ ଆକ୍ଟ ୧୯୮୨ଅନୁଯାୟୀ ମାଛଙ୍କ ପ୍ରଜନନ ଋତୁରେ ସମୁଦ୍ରରେ ମାଛ ଅଣ୍ଡା ଓ ଯାଆଁଳ ନଷ୍ଟ ହେବା ଆଶଙ୍କାରେ ମାଛଧରା କୁ ଅପ୍ରେଲ ୧୫ରୁ ଜୁନ ୧୪ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ। ସାମୁଦ୍ରିକ ମାଛ ବଂଶର ସଂରକ୍ଷଣ ଉଦେଶ୍ୟରେ ବର୍ଷର ୬୧ଦିନ ପାଇଁ ଏହି କଟକଣା ଜାରି ହୋଇଥାଏ। ଏହାକୁ ମସ୍ଚ୍ୟଜୀବି ସ୍ୱାଗତ କରିବା ଶହ ପ୍ରୋତ୍ସାହନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ପାରମ୍ପରିକ ମସ୍ଚ୍ୟଜୀବି ସଙ୍ଘ ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ ବେହେରା। ଓଡିଶା ଉପକୂଳ ରେ ଏହି ଗ୍ରୀଷ୍ମ ଋତୁରେ ପ୍ରାୟ ୨୯୫ପ୍ରକାରର ସାମୁଦ୍ରିକ ମାଛର ପ୍ରଜନନ ସମୟ ହୋଇଥିବାରୁ ଏହି ସମୟରେ ସାମୁଦ୍ରିକ ଉପକୂଳ ଠାରୁ ସମୁଦ୍ର ମଧ୍ୟକୁ ୧୨ନଟିକାଲ ମାଇଲି ପର୍ଯ୍ୟନ୍ତ ମାଛଧରା ଉପରେ ରୋକ ଲଗାଯାଇଛି। ଏଥିରେ ମସ୍ଚ୍ୟଜୀବି ଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି। ଆଉ କିଛି ଦିନ ପରେ କଟକଣା ଉଠିବାକୁ ଥିବା ବେଳେ ନିଜ ଜାଲ, ଡ଼ଙ୍ଗା ଶହ ଆନୁସାଙ୍ଗିକ ସାମଗ୍ରୀ ମରାମତି ଶହ ପ୍ରସ୍ତୁତ କରୁଛନ୍ତି ମସ୍ଚ୍ୟଜୀବି। ସରକାର କଟକଣା ମଧ୍ୟରେ ମସ୍ଚ୍ୟଜୀବି ଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ସେମାନେ ଖୁସି ପ୍ରକଟ କରନ୍ତେ।


