ପରିବେଶକୁ ବିପର୍ଯ୍ୟସ୍ତ କରୁଛି ପ୍ଲାଷ୍ଟିକ ବର୍ଜ୍ୟର କୁଢ଼ କୁଢ଼ ଆବର୍ଜନା

କାକଟପୁର /ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ): କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳରେ ରାସ୍ତା ପାର୍ଶ୍ୱ, ପଡିଆ, ଚାଷ ଜମି, ନଦୀ, ନାଳ ଆଦିରେ ପ୍ଲାଷ୍ଟିକି ଓ ବର୍ଜ୍ୟବସ୍ତୁ ଆବର୍ଜନା କୁଢ଼ କୁଢ଼ ହୋଇ ଜମା ହୋଇଛି। ପ୍ଲାଷ୍ଟିକ ଓ ଅନ୍ୟାନ୍ୟ କଠିନ ବର୍ଜ୍ୟବସ୍ତୁ ନିକଟରେ ପ୍ରବାହିତ ନାଳ, ନଦୀ ଭଳି ପ୍ରାକୃତିକ ଜଳଉତ୍ସ, ପଡିଆ, ଚାଷଜମି, କେନାଲରେ ପଡି ପରିବେଶ କୁ ବିପର୍ଯ୍ୟସ୍ତ କରୁଛି। ପରିବେଶକୁ ସ୍ୱଚ୍ଛ ଓ ଜଳବାୟୁର ଅନୁକୂଳକରିବା ପାଇଁ ଭାରତ ସରକାର ୨୦୧୬ରୁ ସ୍ୱଛତା ଅଭିଯାନ ଆରମ୍ଭ କରି କଠିନ ବର୍ଜ୍ୟବସ୍ତୁକୁ ସଂଗ୍ରହ କରି ବୈଜ୍ଞାନିକ ପଦ୍ଧତିରେ ନଷ୍ଟ କରିବାକୁ ପଦକ୍ଷେପ ନେଇଛନ୍ତି। ୨୦୨୦-୨୧ବର୍ଷ ରାଜ୍ୟ ସରକାର ଙ୍କ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇ ପଂଚାୟତ ଓ ବ୍ଲକ ସ୍ତରରେ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା ପାଇଁ ବ୍ୟାପକ ତାଲିମ୍ ପ୍ରଦାନ କରାଯାଇଥିଲା। ବିଭିନ୍ନ ପଂଚାୟତ କୁ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ଗାଡି ପ୍ରଦାନ ସହ ଆନୁସାଙ୍ଗିକ ଉପକରଣ ଯୋଗାଣ କରାଯାଇଥିଲା। ବ୍ଲକ ସ୍ତରରେ ଥରେ ଦୁଇଥର ବୈଠକ କରାଯାଇ ସରପଞ୍ଚ କୁ ଦାୟିତ୍ୱ ହସ୍ତାନ୍ତର କରାଯାଇ ଆଉ ତଦାରଖ କରାଯାଇନଥିଲା। ଏଥିପାଇଁ ବ୍ଲକ ସ୍ତରରେ ବିଡ଼ିଓ ଅଧକ୍ଷତାରେ ତହସିଲଦାର, ଜଳ ପରିମଳ କନିଷ୍ଠ ଯନ୍ତ୍ରୀ, ଅନ୍ୟାନ୍ୟ କନିଷ୍ଟ ଯନ୍ତ୍ରୀ, ଶିକ୍ଷାଧିକାରୀ, ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ମେଡିକାଲ କର୍ମଚାରୀ ଙ୍କୁ ସଭ୍ୟ ଭାବେ ଗ୍ରହଣ କରି ଆଡ଼ଭାଇଜର କମିଟି ଗଠନ କରାଯାଇଥିଲା। ଅନୁରୂପ ଭାବେ ସରପଞ୍ଚ ଙ୍କ ଅଧକ୍ଷତା ରେ ପଂଚାୟତ ଦାୟୀତ୍ବ ରେ ଥିବା ପ୍ରତିନିଧି ଙ୍କୁ ନେଇ କମିଟି ଗଠନ କରାଯାଇଥିଲା। ମାତ୍ର ଏହି ବ୍ୟବସ୍ଥା କେବଳ କାଗଜ ପତ୍ର ରେ ରହିଯିବା ସହ ଆଉ କାର୍ଯ୍ୟକାରୀ କରାଯାଇପାରିନଥିଲା। ୯ବର୍ଷ ବିତିଯାଇଥିଲେ ମଧ୍ୟ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳରେ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ ଆରମ୍ଭ ହୋଇନାହିଁ। ଯେଉଁଠି ଦେଖିବ କୁଢ଼ କୁଢ଼ ଆବର୍ଜନା ଭର୍ତି। ଯାହାକି ବର୍ଷା ହେଲେ ପାଣି ଜମି ପୂର୍ତ୍ତିଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି। ମାତ୍ର ଜନପ୍ରତିନିଧି ମାନଙ୍କ ଆନ୍ତରିକତା ଅଭାବ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହି ଯୋଜନାର କାର୍ଯ୍ୟକାରିତା ଅଧୁରା ରହିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ