ନିଦାଘ ଉତ୍ସବ ପାଳିତ
ଗୁଣପୁର,(ୱାଇଏନଏସ): ଉତ୍କଳ ସାହିତ୍ୟ ସମାଜ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗ ରେ ନିଦାଘ ମହୋତ୍ସବ ସ୍ଥାନୀୟ ୟୁ ଜି ଏମ୍ ଆଇ ଟି ସଭା ଗୃହ ଠାରେ ଉତ୍କଳ ସାହିତ୍ୟ ସମାଜ ରାୟଗଡ଼ ଶାଖାର ଆବାହକ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା , ବରେଣ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ପାଳ ନବୀନ ଚନ୍ଦ୍ର ନାୟକ, ଉତ୍କଳ ସାହିତ୍ୟ ସମାଜର ଉପ ସଭାପତି ସୁଶାନ୍ତ କୁମାର ନାୟକ ସମ୍ମାନନୀୟ ଅତିଥି ଓ ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ। ଓଡ଼ିଆ ଭାଷା ବଞ୍ଚିଲେ ଆମେ ବଞ୍ଚିବା। ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବା ପାଇଁ ଉତ୍କଳ ସାହିତ୍ୟ ସମାଜ ପ୍ରତିଶୃତିବଦ୍ଧ। ଏଥିରେ ଭାଷା, ସାହିତ୍ୟ ସଂଗଠନ ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି। ଉତ୍କଳ ସାହିତ୍ୟ ସମାଜ ଏ କ୍ଷେତ୍ର ରେ ଅଗ୍ରଣୀ ଭୂମିକା ତୁଲାଇବ ଉଚିତ୍ ବୋଲି ସମବେତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ସଂଯୋଜକ ଡକ୍ଟର ରାଜେଶ କୁମାର ପାଢ଼ୀ ଶିବ ପ୍ରସାଦ ମିଶ୍ର ଅଭିଭାଷଣ ପ୍ରଦାନ କରିଥିବା ବେଳେ ନୀଳମଣି ପାଟ୍ଟଯୋଷି ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ଡକ୍ଟର ପ୍ରୀତିଧାରା ସାମଲ, ରବି ଶତପଥି, ପ୍ରଦୀପ କୁମାର ମିଶ୍ର, ଶିବାଶିଷ କର, ଦିଲୀପ କୁମାର ଦାସ, ଅମିତାଭ ଖିଲାର, ପ୍ରେମଚାନ୍ଦ ମହାନ୍ତି, ଭୁବନ ମୋହନ ମହାନ୍ତି, ନୀଳ ଲୋହିତ ମହାପାତ୍ର, ବିଦେଶୀ ନାୟକ, ସୁଶାନ୍ତ ଦାସ,ପ୍ରାଣ କୃଷ୍ଣ ପାଣିଗ୍ରାହୀ, ଅକ୍ଷୟ କୁମାର ଦାସ, ବ୍ରଜ ସୁନ୍ଦର ନାୟକ, ଜଗଦୀଶ ଚନ୍ଦ୍ର ଦୋରା,ଅକ୍ଷୟ କୁମାର ମଲ୍ଲିକ, ଗୌରାଙ୍ଗ ରାଉତ, କ୍ରିଷ୍ଣା ପ୍ରିୟ ସାହାଣୀ, ରମେଶ ମିଶ୍ର,ଆଶ୍ୱିନ ଦାସ, ସତ୍ୟବାଦୀ ପତି, ଅଶ୍ୱିନୀ ତ୍ରିପାଠୀ, ଅରୁଣ ପାଣିଗ୍ରାହୀ,ରବି ଶତପଥି, ବିପିନ୍ ବିହାରୀ ବିଶ୍ୱାଳ,ସସ୍ମିତା ଆଚାର୍ଯ୍ୟ ଓ ମହେଶ୍ଵେତା ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।


