ଉପଖଣ୍ଡ ସ୍ତରୀୟ କଣ୍ଟ୍ରାକ୍ଟର ଆସୋସିଏସନ୍ ବୈଠକ

କୁଚିଣ୍ଡା,(ରିଙ୍କୁ କୁସୁମ): କୁଚିଣ୍ଡା ସ୍ଥିତ ଟାଉନହଲ ଠାରେ ଉପଖଣ୍ଡ ସ୍ଥରୀୟ ଠିକାଦାର ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମ୍ବଲପୁର,ରେଢ଼ାଖୋଲ, କୁଚିଣ୍ଡା ଉପଖଣ୍ଡର ଠିକାଦାର ସଂଘର କର୍ମକର୍ତ୍ତାଙ୍କ ସମେତ ସଭ୍ୟ ମାନେ ଯୋଗ ଦେଇଥିଲେ।କୁଚିଣ୍ଡା ଉପଖଣ୍ଡ ଠିକାଦାର ସଂଘ ସଭାପତି ସୁଶିଳ କୁମାର ନାୟକଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ଠିକାଦାର ସଂଘ ସଭାପତି ପ୍ରଦୀପ କୁମାର ପଣ୍ଡା,ଉପସଭାପତି ଶିବଶମ୍ଭୁ ନନ୍ଦ ଓ ସୁଧାଂଶୁ ମହାନ୍ତି,ସାଧାରଣ ସଂପାଦକ ତୁଷାର ପ୍ରଧାନ, ରେଢାଖୋଲ ଉପଖଣ୍ଡ ସଭାପତି ରାଜୀବ ଲୋଚନ ପ୍ରଧାନ, କୁଚିଣ୍ଡା ଉପଖଣ୍ଡ ସାଧାରଣ ସମ୍ପାଦକ ରାଜୀବ ନାୟକ ପ୍ରମୁଖ ଯୋଗ ଦେଇଥିଲେ। କର୍ମକର୍ତ୍ତା ମାନେ ସଂଘକୁ ସୁଦୃଢ କରି ଉତ୍ତମ ମାନର କାମ କରିଵାକୁ କହିଥିଲେ। ଏହାସହ ସିଡ୍ୟୁଲ ରେଟରେ ଟେଣ୍ଡର ପକାଇବା,୧୦କୋଟି ଟଙ୍କା ମଧ୍ୟରେ ଟେଣ୍ଡରକୁ ଜିଲ୍ଲା ବାହାର ଠିକାଦାରଙ୍କୁ ପୁରାଇ ନଦେବା ଓ ଲେସ ରେଟରେ ଟେଣ୍ଡର ନପକାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ କୁନାଲ ଚକ୍ରବର୍ତ୍ତୀ,ସୁରେନ୍ଦ୍ର ମହାନ୍ତି,ନରେଶ ପଟେଲ, ରାଜୀବ ଶର୍ମ୍ମା,କମଲଜିତ ପଟେଲ,ସନାତନ ପରିଡା, ଅମିତ ସିଂ,ବିବେକ ରାୟ,ସଞ୍ଜିତ ଶର୍ମ୍ମା,ପ୍ରଶାନ୍ତ ସାହୁ, ସୁଶାନ୍ତ ଦ୍ବିବେଦୀ,ଶ୍ରୀକାନ୍ତ ପଟେଲ,ପ୍ରତାପ ଶର୍ମ୍ମା, ରୋହିତ ଅଗ୍ରୱାଲ,ଶ୍ୟାମ ଅଗ୍ରୱାଲ,ପ୍ରାଣପ୍ରିୟ ପଟେଲ, ରଞ୍ଜିତ ଶର୍ମ୍ମା, ଯୋଗେଶ ଚନ୍ଦ୍ର ନାୟକ,ଅଙ୍ଗଦ ରାୟ ପ୍ରମୁଖ କଣ୍ଟ୍ରାକ୍ଟର ମାନେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ