ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ )ଚିକିଟି ବ୍ଲକ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଏଥିରେ ସର୍ବମୋଟ 50 ଟି ଅଭିଯୋଗ ର ଶୁଣାଣି କରାଯାଇଛି .ଜିଲ୍ଲାପାଳ ଭି.କୀର୍ତ୍ତି ଭାଷନ,ଉପ ଜିଲ୍ଲାପାଳ ଅବିନାଶ କୁମାର,ଏସ ପି ଶ୍ରବଣା କୁମାର,ସି ଡି ଓ ସମୀର ଜେନା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ.ବିଭିନ୍ନ ବିଭାଗ ର ଅଧିକାରୀ ଙ୍କ ଉପସ୍ଥିତ ରେ ପେନସନ,ରାସନ କାର୍ଡ,ପାନୀୟ ଜଳ,ରାସ୍ତା ମରାମତି ଓ ଆବାସ ଯୋଜନା ସମ୍ପର୍କିତ ଅଭିଯୋଗ ଆସିଥିଲା.50 ଅଭିଯୋଗ ମଧ୍ୟରୁ 45 ଟି ବ୍ୟକ୍ତିଗତ ହୋଇଥିବା ବେଳେ ପାଞ୍ଚ ଟି ସାମୁହିକ ବୋଲି ପ୍ରଶାସନ ସୂଚନା ଦେଇଛି.ସେଥିରୁ ତିନି ଅଭିଯୋଗ ର ତୁରନ୍ତ ସମାଧାନ ହୋଇଛି ଓ ଦୁଇ ହିତାଧିକାରୀ ଙ୍କୁ ରେଡ଼କ୍ରସ ତରଫରୁ 10 ହଜାର ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯାଇଛି.ସେହିଭଳି ଦୁଇ ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ ମଧ୍ୟ ବଣ୍ଟନ କରାଗଲା.ବିଡ଼ିଓ ବିବେକାନନ୍ଦ ମିଶ୍ର,ତହସିଲଦାର ବିଶ୍ୱ ରଞ୍ଜନ କଁହର,ଏ ବି ଡି ଓ ଚକ୍ରଧର ପ୍ରଧାନ ପ୍ରମୁଖ ସାମିଲ ଥିଲେ।


