ରୁଷ ଓ ଉକ୍ରେନ ଯୁଦ୍ଧ: ଶବକୁ ଫେରେଇ ଆଣିବାକୁ ଜଣେଇଲେ ବାସନ୍ତୀ

ଚିକିଟି  (ଦୀପ୍ତି ରଞ୍ଜନ ପାଢ଼ୀ ) : ରୁଷ ଓ ଉକ୍ରେନ ଯୁଦ୍ଧ ର ପ୍ରଭାବ ରେ ଡ୍ରୋନ ମାଡ଼ ଫଳରେ ଚିକିଟି ବ୍ଲକ ମାଧବନ୍ଧ ର ରାମେୟାଙ୍କ ମୃତ୍ୟୁ ହୋଇଛି। ରୁଷ ସମୟ ଅନୁସାରେ 17 ତାରିଖ ଭୋର ପାଞ୍ଚ ଟାରେ ଏ ଅଘଟଣ ଘଟିବା ବେଳେ ଶବ କୁ ଆଣିବା ପାଇଁ ସମସ୍ୟା ସୃଷ୍ଟି ହୋଇଛି.ପୀଡିତ ପରିବାର ର ଅର୍ଥକ ସ୍ଵଛଳତା ନ ଥିବା ହେତୁ ପ୍ରଶାସନ ର ସହଯୋଗ କାମନା କରିଛନ୍ତି ଅଞ୍ଚଳ ବାସି.ଏ ସମ୍ପର୍କ ରେ ପିତାତଳି ଗ୍ରାମ ର.ସମାଜ ସେବୀ କେ.ବାସନ୍ତୀ ଅଣ୍ଟାଭିଡି ଜିଲ୍ଲାପାଳ ଙ୍କୁ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ରେ ଜଣେଇଛନ୍ତି। ଜିଲ୍ଲାପାଳ ଭି.କୀର୍ତ୍ତି ଭାଷନ ମଧ୍ୟ ଏଥିରେ ହସ୍ତକ୍ଷେପ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି.ଓଡିଶା ସରକାର ଙ୍କ ସମ୍ପୃକ୍ତ ବିଭାଗ ସହଯୋଗ ପୂର୍ବକ  କ୍ଷତି ପୂରଣ ପାଇଁ ମଧ୍ୟ ଦାବି ହୋଇଛି.ରୁଷ ଆମ୍ବାସିଡର ଙ୍କ ସହିତ ଯୋଗାଯୋଗ କରି ତୁରନ୍ତ ଶବ ଫେରେଇ ଆଣିବାକୁ ଦାବି କରିଛନ୍ତି ବାସନ୍ତୀ.ମୃତକ ଏ ରାମେୟା ପରିବାର ର ଏକମାତ୍ର ରୋଜଗାର କ୍ଷମ ହେଇଥିବା ହେତୁ ଆର୍ଥିକ ଅଭାବ ରୁ ବିଦେଶ ରୁ ଶବ ଆଣିବା ପାଇଁ ସକ୍ଷମ ନୁହନ୍ତି.ଅନ୍ୟ ପକ୍ଷ ରେ ପରିବାର ର ଭରଣ ପୋଷଣ ନେଇ  କ୍ଷତି ପୂରଣ ପାଇଁ ମଧ୍ୟ ନିବେଦନ କରିଛନ୍ତି.ପ୍ରକାଶ ଥାଉ କି ରାମେୟା ରୁଷ ର ମାସ୍କୋ ସହର ରେ ଶ୍ରମିକ ଭାବେ କାମ କରୁଥିବା ସମୟ ରେ ଡ୍ରୋନ ମାଡ଼ ରେ ମୃତ୍ୟୁ ବରଣ କରିଥିଲେ.ଘଟଣା ପରେ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ