ସୁନାମି ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ

ବାଲେଶ୍ଵର (ସରୋଜ ପଣ୍ଡା): ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ମିଳିତ ପ୍ରୟାସ ପ୍ରୟାସରେ ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ଚାନ୍ଦିପୁର ପଂଚାୟତ ର ମିର୍ଜ଼ାପୁର ଗ୍ରାମଠାରେ ଜିଲ୍ଲାସ୍ତରୀୟ, ସୁନାମି ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଅନ୍ୟ ୩ ଗୋଟି ଗ୍ରାମ ଯଥା ବାହାବଳପୁର, ଦୁବୁଲାଗାଡି ଏବଂ ଭୀମପୁର ଗ୍ରାମରେ ମଧ୍ୟ ଏହି  କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି  । ମିର୍ଜ଼ାପୁର ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲକୁ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଚିନ୍ମୟ କୁମାର ରାଉତ ଉଦଘାଟନ କରିଥିଲେ  । ସୁନାମି ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକି ହେବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଚିନ୍ମୟ କୁମାର ରାଉତ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ମକ ଡ୍ରିଲରେ କମ୍ୟୁନିଟି ସ୍ତରୀୟ ସ୍ଥାନାନ୍ତରଣ ପ୍ରକ୍ରିୟା ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ମକଡ୍ରିଲରେ, ପ୍ରତ୍ୟେକ ପ୍ରତ୍ୟେକ ଗ୍ରାମରୁ  ଆଶା, ଅଙ୍ଗନଓ୍ବାଡି କର୍ମୀ, ମତ୍ସ୍ୟ ବିଭାଗ, ଶିକ୍ଷା ବିଭାଗ, ପଶୁ ସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ   ଯୋଗ ଦେଇଥିଲେ । ଉକ୍ତ ମକଡ୍ରିଲରେ ଭାରତୀୟ ସୁନାମୀ ପ୍ରାରମ୍ଭିକ ଚେତାବନୀ କେନ୍ଦ୍ର ଦ୍ୱାରା ୫ଟି ଡମି ଟେଷ୍ଟ ବୁଲେଟିନ ପ୍ରାତଃ ୮ ଘଟିକା ଠାରୁ ୧୧ ଘଟିକା ମଧ୍ୟରେ ପ୍ରସାରଣ କରାଯାଇଥିଲା । ଏହାର ଉଦ୍ଦେଶ୍ଯ ସୁନାମୀ ପ୍ରସ୍ତୁତି, ଏହାର ମୁକାବିଲା ଏବଂ ବିପର୍ଯ୍ୟୟ ପରିଚାଳନା’ ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ଥିଲା । ଏହି ଅଭ୍ୟାସ ଦ୍ଵାରା ଯୋଗାଯୋଗ ବ୍ୟବସ୍ଥାକୁ ପରୀକ୍ଷା କରିବା, ନିଷ୍ପରି ନେବା, ଉପକୂଳବର୍ତ୍ତୀ ସମ୍ପ୍ରଦାୟରେ ସତର୍କତା ପ୍ରସାରଣ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଥିଲା । ଏହାଦ୍ୱାରା କିପରି ଜରୁରୀ କାଳୀନ ପ୍ରତିକ୍ରିୟା ଯୋଜନାକୁ ସୁଦୃଢ କରିବା, ସମ୍ପ୍ରଦାୟ ସଚେତନତା ବୃଦ୍ଧି କରିବା ଏବଂ ସୁନାମୀ ପ୍ରସ୍ତୁତ କାର୍ଯ୍ୟକ୍ରମ ସୂଚକ ଗୁଡ଼ିକର କାର୍ଯ୍ୟାନ୍ଵୟନ ମୂଲ୍ୟାଙ୍କନ କରିବା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ମିର୍ଜ଼ାପୁର  ଓ  ଭୀମପୁର ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲରେ ଏନ.ଡି.ଆର.ଏଫ., ଓ.ଡ୍ରା.ଫ ବାହିନୀ, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇଥାଏ, ସେ ସମ୍ପର୍କିତ କୌଶଳ ପ୍ରଦର୍ଶିତ ହୋଇଥିଲା । ଏନ.ଡି.ଆର.ଏଫ, ଓ.ଡ୍ରା.ଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥିଲେ ଏବଂ ସେ ଗୁଡିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଇଥିଲେ । ଏହି ଅବସରରେ ଓସଡାମା (OSDMA)  କାର୍ଯ୍ୟାଳୟରୁ ଆସିଥିବା ପର୍ଯ୍ୟବେକ୍ଷକ ଓ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ  ମେଘନାଦ ବେହେରା ଉପସ୍ଥିତ ରହି ନିଜର ପ୍ରତିକ୍ରିୟା ରଖିଥିଲେ । ଜିଲ୍ଲାସ୍ତରୀୟ ମକଡ୍ରିଲ୍ କାର୍ଯ୍ୟକ୍ରମରେ ଚାନ୍ଦିପୁର, ବାହାବଳପୁର, ଦୁବୁଲାଗାଡି ଏବଂ ଭୀମପୁର ଗ୍ରାମ ପଂଚାୟତର ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ତଥା ସରପଞ୍ଚ ଓ ସମ୍ପାଦକ, ଅତିରିକ୍ତ ଗୋଷ୍ଠୀ ଉନୟନ୍ନ ଅଧିକାରୀ, ବାଲେଶ୍ୱର ସଦର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ  ବାଲେଶ୍ୱର , ଶ୍ରୀ ଚିନ୍ମୟ କୁମାର ରାଉତ, ଏନ.ଡି.ଆର.ଏଫ. ଟିମ କମାଣ୍ଡର, ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସ୍ବେଛାସେବୀ ଅନୁଷ୍ଠାନ ସମ୍ପର୍କ ର ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଆନନ୍ଦ କୁମାର ବେହେରା ଉପସ୍ଥିତ ରହି ମକଡ୍ରିଲ ସଂପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ଉକ୍ତ ମକଡ୍ରିଲରେ ମୋ ଭାରତ ଓ ଅପଦ ମିତ୍ର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଓସଡାମା) ଶ୍ରୀ ଅବନୀକାନ୍ତ ଭୂୟାଁ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ