ବିନା କଂକ୍ରିଟରେ କାର୍ଲଭେଟ ନିର୍ମାଣ କାର୍ଯ୍ୟକୁ ବିରୋଧ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ରାସ୍ତା ମରାମତି ଲାଟିବା ପାଇଁ ଜିଲ୍ଲା ପ୍ରଶାସନର ନଜର ରହିଛି। ଆରଡ଼ି ବିଭଗ ପକ୍ଷରୁ କଲ୍ୟାଣସିଂହପୁର ବ୍ଲକର ସୀତାପୁର ଠାରୁ କ୍ରିଷ୍ନା ପାତ୍ରଗୁଡା ପର୍ଯ୍ୟନ୍ତ ପ୍ରାୟ ୯ କିମି ଦୂରତା ରାସ୍ତା ପୁଣି ନିର୍ମାଣ ହେଉଛି। ପୂର୍ବରୁ ଥିବା ପିଚୁ ବାହାର କରି ନିତନ ପିଚୁ ପକାଇବା ଓ ଯେଉଁ ସ୍ଥାନରେ କର୍ଲଭେଟ ଦରକାର ସେଠାରେ ନୂତନ କର୍ଲଭେଟ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଛି। କିନ୍ତୁ ଆରମ୍ଭରୁ କର୍ଲଭେଟ ନିର୍ମାଣରେ ଅନିୟମିତତା ହେବାରୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଏହି କର୍ଲଭେଟ ନିର୍ମାଣ ପୂର୍ବରୁ ପ୍ରଥମେ ମେଟାଲ କଂକ୍ରିଟ କରିବାର ନିୟମ ରହିଥିଲେ ମଧ୍ୟ ବିନା କଂକ୍ରିଟରେ କର୍ଲଭେଟ ନିର୍ମାଣ ପାଇଁ ପାଇପ ପକାଇ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଏହି ରାସ୍ତାରେ ଉକ୍ତ କର୍ଲଭେଟ ନିର୍ମାଣ ହେଲେ ସମ୍ପୂର୍ଣ ଦବିଯାଇ ଦୁର୍ଘଟଣା ଘଟିବ ବୋଲି ଆଞ୍ଚଳବାସି ଆଶଙ୍କା ପ୍ରକାଶ କରିଛନ୍ତି। ଏମିତି ଅତି ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ପଡ଼ିଥିବା ପାଇପ ବାହାର କରି ପୁଣି କଂକ୍ରିଟ ପକାଇ କାର୍ଯ୍ୟ କରିବାକୁ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ