ଟ୍ରାକ୍ଟର ଧକ୍କାରେ ଗୁରୁତର ବ୍ୟକ୍ତିଙ୍କ ମୃତ୍ୟୁ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଟିଲୋ ହାଇସ୍କୁଲ ଛକ ଠାରେ ଗୁରବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧକ୍କାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ମୃତ୍ୟୁବରଣ କରିଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ଥାନା ଅଧିନ ରଘୁନାଥପୁର ଗ୍ରାମର ଦାମୋଦର ନାୟକ(୬୬) ଗୁରବାର ସନ୍ଧ୍ୟା ୭ଟା ସମୟରେ ଟିଲୋ ହାଇସ୍କୁଲ ପାଖ ରାସ୍ତା ଦେଇ ତ୍ରିକୋଣାରୁ ଚାଲି ଚାଲି ଫେରୁଥିବା ବେଳେ ତାଙ୍କ ପଛ ପଟୁ ଦ୍ରୁତ ଗତିରେ ବେପରୁଆ ଭାବେ ଆସୁଥିବା ଗୋଟିଏ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ଗୁରବାର ରାତି ୧୧ଟା ବେଳେ ତାଙ୍କୁ କଟକ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । । ଏନେଇ ଦାମୋଦରଙ୍କ ପୁଅ ଅନନ୍ତ ନାୟକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଦାମୋଦର ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ