୨୬ଦିନରେ ପହଞ୍ଚିଲା ମା ରାମାୟାଣାମ୍ମା ଙ୍କ ଠାକୁରାଣୀ ଯାତ୍ରା
ଛତ୍ରପୁର, (ଓ୍ବାଇଏନଏସ) : ଛତ୍ରପୁର ର ଆରାଧ୍ୟ ଦେବି ମା ରାମାୟଣାମ୍ମା ଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର। ଶୁକ୍ରବାର ଯାତ୍ରାର ୨୬ଦିନ ଅବସରରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ସ୍ୱତନ୍ତ୍ର ପୂଜା ସହିତ ମା ଭୋଗ ଗ୍ରହଣ କରିଛନ୍ତି l ରୀତିନୀତି ଅନୁସାରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ଜେନା ଅସ୍ଥାୟୀ ମଣ୍ଡପ ରେ ପହଂଚି ପୂଜାର୍ଚନା କରିବା ସହିତ ମାଙ୍କୁ ନିମନ୍ତ୍ରଣ କରିଥିଲେ । ପରେ ବିରାଟ ପଟୁଆର ରେ ମା ଅସ୍ଥାୟୀ ମଣ୍ଡପରୁ ବାହାରି ମାଙ୍କ ଘଟ ନଗର ପରିକ୍ରମା କରିଥିଲେ। ଏଥିରେ ଆନ୍ଧ୍ର କାଳୀ, ଖଡ଼କପୂର କାଳୀ ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ ୩୦ ଗ୍ରୁପର ବିଭିନ୍ନ କଳାକାର ଏବଂ ୨୫/୩୦ ବାଘ ବେଶଧାରୀମାନେ ବିରାଟ ପାଟୁଆରେ ମାଙ୍କ ସହିତ ସାମିଲ ହୋଇଥିଲେ। ମଧ୍ୟାହ୍ନ ରେ ସାନଖେମୁଣ୍ଡି ବିଧାୟକ ଙ୍କ ପକ୍ଷରୁ ହଜାର ହଜାର ଲୋକ ଙ୍କ ନିମନ୍ତେ ଅନ୍ନ ଭୋଗ ର ଆୟୋଜନ କରାଯାଇଥିଲା। ସନ୍ଧ୍ୟା ରେ ଅସ୍ଥାୟୀ ମଣ୍ଡପ ରେ ମାଙ୍କ ଆଳତି ଦର୍ଶନ କରିବା ନିମନ୍ତେ ବିଧାୟକ ଏବଂ ତାଙ୍କ ର ସମର୍ଥକ ସହିତ ପ୍ରବଳ ଜନ ସାମଗମ ହୋଇଥିଲା । ମା ଙ୍କ ଯାତ୍ରା ଅବସରରେ ଛତ୍ରପୁର ଅନସ୍ଲୋ ଖେଳ ପଡିଆ ଠାରେ ରାମଦୋଳି ଓ ମିନା ବଜାର ଖୋଲାଯାଇଥିବା ବେଳେ ଲୋକେ ଏହାର ମଜା ଉଠାଉଥିବା ଦେଖିବାକୁ ମିଳିଛି l ମା ଙ୍କ ଯାତ୍ରା ପାଇଁ ସାରା ସହର ଚଳ ଚଞ୍ଚଳ ହୋଇପଡିଥିବା ବେଳେ ସହରର ସମସ୍ତ ପ୍ରବେଶ ପଥକୁ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି | ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି। ଆସନ୍ତା ୧ ରୁ ୫ ତାରିଖ ପ୍ରଯ୍ୟନ୍ତ ଛତ୍ରପୁର ମହୋତ୍ସବ ଅନୁଷ୍ଠିତ ହେବ ଯାହାକି ଯାତ୍ରା କୁ ଆହୁରି ଆକର୍ଷଣ କରିବ ।


