ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ପାଳିତ

ଆସିକା (ୱାଇଏନ୍‍ଏସ୍‍) ତମାଖୁ ସେବନ କାରଣରୁ କେବଳ ଯେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଛି ତାହା ନୁହେଁ ଏହା ଦ୍ୱାରା ଆର୍ଥୀକ ଓ ସାମାଜିକ ସମସ୍ୟା ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥାଏ। ତମାଖୁ ସେବନ ଦ୍ୱାରା ମନ୍ୟୁଷ ଶରୀରରେ ପଡୁଥିବା କୁ ପ୍ରଭାବ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ନିମନ୍ତେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ସବ୍‌ଜେଲ୍ ପରିସରରେ ଉପକାରାଗାରର ଅଧ୍ୟକ୍ଷ ଖଗେଶ୍ୱର ସିଂଙ୍କ ପରାମର୍ଶକ୍ରମେ ଅନୁଷ୍ଟିତ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ପ୍ରଭାତୀ ଭଉଣୀ, ଉପକାରାଗାରର ଉପସହକାରୀ କାରାପାଳ ଅନଞ୍ଜୟ ପ୍ରଧାନ, ବ୍ରହ୍ମାକୁମାର ସତ୍ୟପ୍ରିୟ, ଭାରତୀୟ ଇସ୍ପାତ୍‍ ନିଗମର ବରିଷ୍ଠ ଯନ୍ତ୍ରୀ ବ୍ରହ୍ମାକୁମାର ରମେଶ ପ୍ରମୁଖ ଯୋଗଦେଇ ତମାଖୁ ସେବନର ଭୟାବହତା ଓ ଅପକାରିତା ସମ୍ପର୍କରେ ଆଲୋକପାତ କରିବା ସହ ତମାଖୁ ଠାରୁ ଦୁରେଇ ରହିବାକୁ ଅନ୍ତେବାସୀ ମାନଙ୍କୁ ସଚେତନ କରିବା ସାଙ୍ଗକୁ ତମାଖୁ ମୁକ୍ତ ସମାଜ ଗଠନ କରିବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ତମାଖୁ ଓ ମାଦକ ଦ୍ରବ୍ୟ ସେବନ ଦ୍ୱାରା ମନ୍ୟୁଷର ଶାରୀରିକ କ୍ଷତି ଓ ବିନାଶ ସମ୍ପର୍କରେ ଅବଗତ କରିବା ସହ ତମାଖୁ ଠାରୁ ଦୂରେଇ ରହିବା ପାଇଁ ଏକ ସଚେତନତାଧର୍ମୀ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ରାଷ୍ଟ୍ରୀୟ ଅଭିଯାନ ଆମ ଭାରତ ନିଶାମୁକ୍ତ ଭାର ଅନ୍ତର୍ଗତ ରାଜ୍ୟସ୍ତରୀୟ ପାଳନ ଅବସରରେ ଆମ ଓଡିଶା ନିଶାମୁକ୍ତ ଓଡିଶା ବାର୍ତ୍ତାକୁ ନେଇ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ସବ୍‌ଜେଲ୍ ପରିସରରେ ଅନୁଷ୍ଟିତ ହୋଇଥିବା ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ରମେଶ, ଯୋଗୀ, ବୁଲୁ, ମଙ୍ଗୁଳୁ, ପଞ୍ଚାୟତ୍ରୀ, ରାମପ୍ରସାଦ, ରାଧାଶ୍ୟାମ, ରୋହିତ, ବ୍ରହ୍ମାକୁମାରୀ ସୁଜ୍ଞାନୀ ଓ ଆସିନା ପ୍ରମୁଖ ସହଯୋଗ କରିଥିବା ବେଳେ ସବ୍‌-ଜେଲ୍‌ର ବହୁ କର୍ମଚାରୀ ଉପସ୍ଥିତ ଥିବା ବେଳେ ବ୍ରହ୍ମାକୁମାରୀ ସୁଜ୍ଞାନୀ ସହଜ ରାଜଯୋଗର ଅଭ୍ୟାସ କରାଇଥିବା ଦେଖିବାକୁ ମିଳିଥିଲା। ତମାଖୁ ସେବନ କରି ମନୁଷ୍ୟ ଶରୀରରେ ସୃଷ୍ଟି ହେଉଥିବା ମାରାତ୍ମକ କର୍କଟ ରୋଗର ଭୟାବହତା ସମେତ ବିଭିନ୍ନ ରୋଗ ସମ୍ପର୍କରେ ସଚେତନ କରାଯିବା ସାଙ୍ଗକୁ ମଦ୍ୟପାନ ସିଗାରେଟ ଓ ତମାଖୁ ଜାତୀୟ ପଦାର୍ଥ ଠାରୁ ଦୂରେଇ ରହି ସୁସ୍ଥ ଓ ନିରୋଗ ଜୀବନ ଗଠନ ସଂକ୍ରାନ୍ତରେ ବ୍ରତୀ ହେବାକୁ ସବ୍‍ଜେଲ୍‍ ଅନ୍ତେବାସୀମାନଙ୍କୁ ଆହ୍ୱାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ