୨ କଲରାପତରିଆ ଚମଡା ଜବତ, ୨ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କୌଣସି ଏକ ଜଙ୍ଗଲରୁ କଲରାପତରିଆ ବାଘ ଶିକାର କରି ବ୍ରହ୍ମପୁର ସହର ଦେଇ ରାଜ୍ୟ ବାହାରକୁ ଚାଲାଣ ପାଇଁ ଉଦ୍ୟମ କରିଥିବା ବେଳେ ପୋଲିସ ଦ୍ୱାରା  ଧରା ପଡିଥିବା ସୂଚନା ମିଳିଛି. ସେମାନଙ୍କ ଠାରୁ 2 ଗୋଟି କଲରାପତରିଆ ବାଘର ଚମଡା ସହ ହାତ ତିଆରି 2 ଗୋଟି ବୋମା ଓ ଗୋଟିଏ କାତି ଜବତ ହୋଇଛି. ଏହି ଘଟଣାରେ ପୋଲିସ ଗଜପତି ଜିଲ୍ଲାର ରାମଗିରି ଥାନା ପରିସରରେ ଥିବା ବଡ଼ ଗାଁର କେଶବ ଜମାଦାର (35) ଏବଂ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳର ଗୁରତାଲ ଗ୍ରାମର ବୀର ଜମାଦାର (45)ଙ୍କୁ ପୋଲିସ ଗିରଫ କରିଛନ୍ତି. ଘଟଣାରୁ ପ୍ରକାଶ ଯେ, ଏହି 2 ଜଣ ଗତକାଲି ଗଞ୍ଜାମ ଜିଲ୍ଲାର ଗୁରୁତାଲ ଗ୍ରାମ ନିକଟସ୍ଥ ଜଙ୍ଗଲ ଦେଇ ବାଘ ଚମଡା ଚୋରାଚାଲାଣ କରୁଥିବା ନେଇ ପ୍ରାପ୍ତ ସୂଚନାରୁ ବ୍ରହ୍ମପୁର ପୋଲିସ ପୂର୍ବରୁ ପ୍ରସ୍ତୁତ ରହି ଏହି 2 ଜଣଙ୍କୁ କୌଶଳକ୍ରମେ ଗିରଫ କରିବାରେ ସଫଳ ହୋଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ