ମହେନ୍ଦ୍ରମେଳାରୁ ଫେରିବା ବେଳେ ପୁଣି ଅଘଟଣ, ଜଣେ ମୃତ, 30 ରୁ ଅଧିକ ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ମହେନ୍ଦ୍ରଗିରିରୁ ମହେନ୍ଦ୍ରମେଳା ଦର୍ଶନ କରି ପିକ୍‌ଅପ୍ ଭ୍ୟାନ୍ ଯୋଗେ ଫେରୁଥିବା ବେଳେ ମହେନ୍ଦ୍ରଗିରି ପାଦଦେଶରେ ଜରଡ଼ା ଥାନା ବୁରାତାଲ ପଞ୍ଚାୟତର ଅଣ୍ଡଅଣ୍ଡା ନିକଟରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ପ୍ରତାପ ସେଠୀ, ଲକ୍ଷ୍ମୀ ଗୌଡ଼, ରେଣୁ ଗୌଡ଼, କାଳିଆ ବେହେରା, ଶିବରାମ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ସାହୁ ଓ ସୁବାସିନୀ ବେହେରା ପ୍ରମୁଖ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି. ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ. ଘଟଣାରୁ ପ୍ରକାଶଯେ, ଗଞ୍ଜାମ ଜିଲ୍ଲାର ନୂଆସାହିରୁ 31 ଜଣରୁ ଅଧିକ ଶ୍ରଦ୍ଧାଳୁ ଏକ ପିକ୍‌ଭ୍ୟାନ୍ ଯୋଗେ ମହେନ୍ଦ୍ରଗିରିରୁ ମହେନ୍ଦ୍ରମେଳା ଦେଖିସାରି ଗତକାଲି ରାତି ପ୍ରାୟ ୯ଟା ୩୦ ସମୟରେ ଫେରୁଥିବା ବେଳେ ଅଣ୍ଡଅଣ୍ଡା ଗ୍ରାମ ନିକଟରେ ମହେନ୍ଦ୍ରଗିରି ପାହାଡ଼ର ପାଦଦେଶର ରାସ୍ତାରେ ପିକଅପ ଭ୍ୟାନ ବ୍ରେକ୍ ଫେଲ୍ ହେବାରୁ ଭାରସାମ୍ୟ ହରାଇ  ଓଲଟି ପଡ଼ି ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ପାତ୍ରପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ. ଘଟଣା ନେଇ ଜରଡ଼ା ପୁଲିସ ପହଞ୍ଚି ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ