ରକ୍ତଦାନ ଶିବିର ଅନୁଷ୍ଠିତ
ହାଟଡିହି (ଓ୍ବାଇଏନଏସ): ଆଜି ରଜ ସଂକ୍ରାନ୍ତି ଅବସରରେ ସତ୍ୟସାଇ ସେବା ସଂଗଠନ ମରେଇଗାଁ ସମିତି ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ରକ୍ତଭଣ୍ଡାର ଡାକ୍ତର ଅମର କୁମାର ବେହେରା, ଏଲ ଟି ସୁଦର୍ଶନ ବେହେରା, ଅଶୋକ ସୁର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। କେନ୍ଦୁଝର ଜିଲ୍ଲା ସଭାପତି ବିଭୁତି ଭୂଷଣ ବେହେରା, ସେବାଦଳ ସଂଯୋଜକ ଆଦିକନ୍ଦ ସ୍ୱାଇଁ, ସମିତିର ଆବାହକ ଶଶୀ ଶେଖର ଦାସ, ଶରତ କୁମାର ସେଠୀ, ସୁଦାମ ଚରଣ ଜେନା, ବିଶ୍ୱନାଥ ଭୋଳ, ବାସନ୍ତୀ ପରିଡା, ସୁଦର୍ଶନ ଘଡେଇ, ଅଜୟ କୁମାର ଦାସ, ଧୁଶାସନ ସାହୁ, ମହେନ୍ଦ୍ର ସାମଲ, ମାଧବାନନ୍ଦ ଦାସ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଏହି ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।


