ଜନ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): – ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ବୁଦୂରା ଗ୍ରାମ ଜନ ଅଭିଯୋଗ ଶୁଣାଣୀରେ 23 ଗୋଟି ଅଭିଯୋଗ ଶୁଣିବା ସହ ଏହାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଵି ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିବା ଜଣାଯାଇଛି. ଏଠାରେ ପ୍ରକାଶଯୋଗ୍ୟଯେ, ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତର ବୁଦୁରା ଗ୍ରାମ ଠାରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇଯାଇଛି. ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଅଭିଯୋଗ ଶୁଣାଣୀରେ ଯୋଗଦେଇ ସମୁଦାୟ ୨୩ ଗୋଟି ଅଭିଯୋଗ ଶୁଣିଥିଲେ। ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା, ଗ୍ରାମ ଭିତ୍ତିକ ସମସ୍ୟା,ରାସନ୍ କାର୍ଡ, ଗୃହ ନିର୍ମାଣ, ଶିକ୍ଷା,ଜଳ ସେଚତାନ, ରାସ୍ତା, ନାଳ ଓ ସ୍ଵାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା, ବିଧାୟକ ତୁରନ୍ତ ଏନେଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଡମ୍ବୁରୁଧର ମଲିକଙ୍କୁ ମୋବାଇଲ ମାଧ୍ୟମରେ ଜଣାଇ ଶୀଘ୍ର ଏହି ସମସ୍ୟା ଗୁଡିକର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ. ଏହି ଜନ ଅଭିଯୋଗ ଶୁଣାଣୀରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ