ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ସମ୍ବର୍ଦ୍ଧିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଜୁ କଲ୍ୟାଣ ମଣ୍ଡପ ଠାରେ ଫେଷ୍ଟିଭାଲ ଫାଉଣ୍ଡେସନ ଅଫ ଓଡ଼ିଶା ତରଫରୁ ଆୟୋଜିତ ରଜ ମହୋତ୍ସଵ 2026ରେ ଜିଲ୍ଲାର କବୟିତ୍ରୀ, ଲେଖିକା, ସଂଗଠିକା, ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକଙ୍କୁ ତାଙ୍କର ଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ ବିଡ଼ିଓ, ଫରେଷ୍ଟ ଅଫିସର, ଆଇଆଇସି , ମ୍ୟାନେଜର ଅଫ ରିଜର୍ଭ ବ୍ୟାଙ୍କ ପ୍ରମୁଖ ମଞ୍ଚାସୀନ ଥିଲେ। ଜଣେ କବୟିତ୍ରୀ ଓ ସୁଲେଖିକା ଭାବେ ଭବିଷ୍ୟତରେ ଉତ୍ତରୋତ୍ତର ଅଗ୍ରଗତି ନିମନ୍ତେ ସମସ୍ତେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଗଜପତି ଜିଲ୍ଲାରେ ତାଙ୍କର ସଂଯୋଜନା ଉଚ୍ଚକୋଟୀର ଅଟେ ବୋଲି ଏହି ସମାବେଶରେ ଅତିଥିମାନେ ପ୍ରଶଂସାଗାନ କରିଥିଲେ।


